ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ ପାକିସ୍ତାନ ପାଇଁ ଅତ୍ୟନ୍ତ ନିରାଶାଜନକ ଦିନ ଥିଲା। ପଡ଼ିଆରେ ପାକିସ୍ତାନ ଖେଳାଳିଙ୍କୁ ୩ଥର ନିରାଶଜନକ ଘଟଣାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣାପରେ ଲୋକେ ପାକିସ୍ତାନର ଖୁବ ମଜାକ ଉଡ଼ାଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଯେସାକୁ ତେସା’।
ଖେଳ ଆରମ୍ଭ ହେବା ସମୟରେ ପାକିସ୍ତାନ ଦଳ ଜାତୀୟ ସଙ୍ଗୀତ ପାଇଁ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ଏହି ସମୟରେ ଦଳ ଜାତୀୟ ସଙ୍ଗୀତ ଗାନକୁ ଅପେକ୍ଷା କରିଥିବା ବେଳେ ପଡ଼ିଆରେ ବାଜି ଉଠିଥିଲା 'ଜଲେବି ବେବି...' ଗୀତ । ଏହି ଗୀତ ଶୁଣି ଦଳ ଲାଜରେ ମୁଣ୍ଡ ନୁଆଁଇ ଦେଇଥିଲା।
ଆମେ ସମସ୍ତେ ନିଶ୍ଚିତ ଯେ ଏହା ହେଉଛି ମିୟୁଜିକ ବିଭାଗର ତ୍ରୁଟି । ତଥାପି ଏହି ଘଟଣା ପାଇଁ ପାକିସ୍ତାନ ଖେଳାଳିମାନେ ପଡ଼ିଆରେ ନିରାଶ ହୋଇଯାଇଥିଲେ।
DJ played Jalebi Baby song on Pakistan National anthem 🤣#INDvsPAK#BoycottINDvPAKpic.twitter.com/rJBmfvqedI
— 𝗩 𝗔 𝗥 𝗗 𝗛 𝗔 𝗡 (@ImHvardhan21) September 14, 2025
କେବଳ ଏତିକି ନୁହେଁ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। । ସାଧାରଣତଃ ଏହି ଅବସରରେ ଉଭୟ ଅଧିନାୟକ ହାତ ମିଳାଇଥାନ୍ତି, କିନ୍ତୁ ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲିଙ୍କ ସହିତ ହାତ ମିଳାଇଲେ ନାହିଁ।
ଏମିତି କି ମ୍ୟାଚରେ ବିଜୟୀ ହେବାପରେ ମଧ୍ୟ ଭାରତୀୟ ଦଳ ପାକିସ୍ତାନର କୌଣସି ଖେଳାଳିଙ୍କ ସହିତ ହାତ ନମିଳାଇ ଡ୍ରେସିଂ ରୁମକୁ ସିଧାସଳଖ ଚାଲିଯାଇଥିଲେ।
ଭାରତୀୟ ଖେଳାଳିମାନେ ଖେଳ ଆରମ୍ଭ ଓ ଶେଷ ସମୟରେ ହାତ ନମିଳାଇବା ଘଟଣାକୁ ନେଇ ପାକିସ୍ତାନ ନିରାଶ ହୋଇଯାଇଥିବା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।