ସୁପ୍ରିମ୍‌କୋର୍ଟରେ ଜାଲିକାଟୁ ଶୁଣାଣି

ନୂଆଦିଲ୍ଲୀ : ତାମିଲନାଡ଼ୁ ସରକାର ଆଇନରେ ପରିବର୍ତ୍ତନ କରି ଜୀବେ ନିଷ୍ଠୁରତା ପାଇଁ ସମାଲୋଚିତ ‘ଜାଲିକାଟୁ’ (ଷଣ୍ଢଦୌଡ଼)କୁ ଅନୁମତି ଦେଇଥିବାରୁ ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ରୁଜୁ ହୋଇଥିଲା। ଆଜି ଏହା ଉପରେ ଶୁଣାଣି ଚାଲିଥିବା ବେଳେ କୋର୍ଟ ଏ ସମ୍ପର୍କରେ ବିଭିନ୍ନ ପକ୍ଷର ମତାମତ ଗ୍ରହଣ କରିଥିଲେ।

ତ‌ାମିଲନାଡ଼ୁରେ ପୋଙ୍ଗଲ (ମକର ସଂକ୍ରାନ୍ତି) ସମୟରେ ଜାଲିକାଟୁକୁ ଏକ ଉତ୍ସବ ଭାବେ ପାଳନ କରାଯାଇଥାଏ। ଜଷ୍ଟିସ୍ କେଏମ୍ ଜୋସେଫଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ କୌଣସି ପ୍ରକାରେ ଜୀବେ ନିଷ୍ଠୁରତା ସହ ଜଡ଼ିତ ଏକ ପରମ୍ପରାକୁ ଅନୁମତି ଦିଆଯାଇ ପାରିବ କିନା ସେ ସମ୍ପର୍କରେ ବିଭିନ୍ନ ପକ୍ଷର ମତ ନେଇଥିଲେ। ଏହି ମାମଲାର ଶୁଣାଣି ଗୁରୁବାର ବି ଜାରି ରହିବ।

ସମ୍ବନ୍ଧିତ ଖବର