ଜାଲିଆନାୱାଲାବାଗ୍‌ ଗଣହତ୍ୟା ପାଇଁ ବ୍ରିଟେନ ସରକାର କ୍ଷମା ମାଗିବା ଉଚିତ: ପାକିସ୍ତାନ

ଅମୃତସର: ଏପ୍ରିଲ ୧୩ ତାରିଖରେ ଜାଲିଆନାୱାଲାବାଗ୍‌ ଗଣହତ୍ୟାର ଶତବାର୍ଷିକୀ। ତେବେ ୧୯୧୯ ମସିହାରେ ଅମୃତସରରେ ହୋଇଥିବା ଏହି ହତ୍ୟାକାଣ୍ଡ ପାଇଁ ବ୍ରିଟେନ୍‌ ସରକାର କ୍ଷମା ମାଗିବା ଊଚିତ୍‌ ବୋଲି ପାକିସ୍ତାନ ଆଜି ଦାବି କରିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରJ ମନ୍ତ୍ରୀ ଚୌଧୁରି ଫୱାଦ ହୁସେନ ଆଜି କହିଛନ୍ତି, ବ୍ରିଟେନ୍‌ ସରକାର ଏଥିପାଇଁ କ୍ଷମା ମାଗନ୍ତୁ ଏବଂ କୋହିନୁର ହୀରା ‌ତୁରନ୍ତ ଫେରାଇବା ଦିଗରେ ପଦକ୍ଷେପ ନିଅନ୍ତୁ। ବ୍ରିଟେନ୍‌ ଏହି ହୀରା ଫେରାଇଲେ ଏହାକୁ ଲାହୋର ମ୍ୟୁଜିୟମ୍‌ରେ ରଖାଯିବ ‌ବୋଲି ସେ କହିଛନ୍ତି। ଜାଲିଆନାୱାଲାବାଗ୍‌ ଗଣହତ୍ୟା ପାଇଁ ବ୍ରିଟିସ ସାମ୍ରାଜ୍ୟ ପାକିସ୍ତାନ, ଭାରତ, ବାଂଲାଦେଶକୁ କ୍ଷମା ମାଗିବା ଉଚିତ୍‌‌ ବୋଲି ପାକିସ୍ତାନ ପକ୍ଷରୁ ଦାବି ହୋଇଛି। ଏହି ଗଣହତ୍ୟା ବ୍ରିଟେନ୍‌ ପାଇଁ ଏକ ବଡ଼ କଳଙ୍କ। ଉଲ୍ଲେଖ‌ଯୋଗ୍ୟ ବ୍ରି‌ଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ’ ଗତକାଲି ଅମୃତସରରେ ହୋଇଥିବା ଜାଲିଆନାୱାଲା ବାଗ୍‌ ଗଣହତ୍ୟାକୁ ବ୍ରିଟିସ୍‌-ଭାରତୀୟ ଇତିହାସରେ ଏକ କଳଙ୍କର ଦାଗ ବୋଲି କହିବାପରେ ଆଜି ପାକିସ୍ତାନ ପକ୍ଷରୁ ଏଭଳି ଦାବି ହୋଇଛି।

ସମ୍ବନ୍ଧିତ ଖବର