ଜଲ୍ଲୀକଟ୍ଟୁରେ ଭାଗ ନେଇ ଆନ୍ଧ୍ରପ୍ରଦେଶର ଚିତ୍ତୂରରେ ୩୦ରୁ ଅଧିକ ଆହତ

ହାଇଦ୍ରାବାଦ: ରବିବାର ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଆୟୋଜିତ ଜଲ୍ଲୀକଟ୍ଟୁରେ ଅଂଶ ଗ୍ରହଣ କରିଥିବା ପ୍ରାୟ ୩୦ଜଣ ପ୍ରତିଯୋଗୀ ଆହତ ହୋଇଛନ୍ତି।

ଷଣ୍ଢ ବଶୀକରଣ କ୍ରୀଡ଼ା ‘ପଶୁବୁଲ ପଣ୍ଡୁଗ’ରେ (ସ୍ଥାନୀୟ ଭାଷାରେ ଜଲ୍ଲୀକଟ୍ଟୁ) ଅଂଶ ଗ୍ରହଣ କରିବା ଲାଗି ପଡ଼ୋଶୀ ନେଲୋର୍‌ ଏବଂ କଡ଼ପା ଆଦି ଜିଲ୍ଲାରୁ ବହୁସଂଖ୍ୟକ ବ୍ୟକ୍ତି ରବିବାର ଦିନ ଆନ୍ଧ୍ରପ୍ରଦେଶର ଚିତ୍ତୂରରେ ସମବେତ ହୋଇଥିଲେ।

କୋଭିଡ୍‌ ନିୟମ ଉଲ୍ଲଂଘନ କରି ୫୦୦ରୁ ଊର୍ଦ୍ଧ୍ବ ଷଣ୍ଢ ଏବଂ ବହୁସଂଖ୍ୟକ ଗ୍ରାମବାସୀ ଚନ୍ଦ୍ରଗିରି ମଣ୍ଡଳରେ ଆୟୋଜିତ ଏହି ବାର୍ଷିକ କ୍ରୀଡ଼ାରେ ଭାଗ ନେଇଥିଲେ। ଅଣ ଓସାରିଆ ବାଟରେ ଥରକେ ୫ଟି ଷଣ୍ଢଙ୍କୁ ଦୌଡ଼ା ଯାଉଥିଲା। ସେମାନେ ଦୌଡ଼ିଯିବା ବେଳେ ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇଥିବା ଲୋକମାନେ ଷଣ୍ଢମାନଙ୍କ ଶିଙ୍ଗରେ ବନ୍ଧା ଯାଇଥିବା ଟ୍ରଫିକୁ ଝାମ୍ପି ନେବାପାଇଁ ଉଦ୍ୟମ କରିଥିଲେ। ଅବଶ୍ୟ ଏଥିପାଇଁ ସେମାନେ ଷଣ୍ଢମାନଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଯାଉଥିଲେ। ପ୍ରାୟ ସନ୍ଧ୍ୟା ପର୍ଯ୍ୟନ୍ତ ଏହି କ୍ରୀଡ଼ା ଚାଲିଥିଲା। ଏଭଳି କରିବା ସମୟରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଥିବା ଖବର ମିଳିଛି। ଆହତମାନଙ୍କୁ ଆମ୍ବୁଲାନ୍ସ୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।

Image Courtesy of The New Indian Express

ସେହିପରି, ତେଲୁଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁପ୍ପମର ଗୁଣ୍ଡୁପାଲ୍ଲୀ ମଣ୍ଡଳରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର