ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୁସ୍ଲିମ ସଂପ୍ରଦାୟ ପାକିସ୍ତାନ ପ୍ରାୟୋଜିତ ବର୍ବର ଆତଙ୍କୀ ଆକ୍ରମଣର ଘୋର ନିନ୍ଦା କରିଛି। ଆଜି ଦିଲ୍ଲୀର ଐତିହାସିକ ଜାମା ମସଜିଦ୍ରୁ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଶୁକ୍ରବାର ନମାଜ ପରେ ଶହ ଶହ ମୁସଲମାନ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ସ୍ୱର ଉତ୍ତୋଳନ କରିବା ସହ ପାକିସ୍ତାନ ଭାରତୀୟ ମୁସଲମାନଙ୍କ ଶତ୍ରୁ ବୋଲି କହିଛନ୍ତି। ଧର୍ମ ପଚାରି ପହଲଗାମରେ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ହତ୍ୟା ସାରା ଦେଶରେ ଦୁଃଖ ଓ କ୍ରୋଧର ଲହର ସୃଷ୍ଟି କରିଛି।।
ଦେଶର ସବୁ ରାଜ୍ୟରେ ଏହି ଆକ୍ରମଣର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଏବଂ ସରକାରଙ୍କ ଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଶୁକ୍ରବାର ଦିଲ୍ଲୀର ଜାମା ମସଜିଦରେ ମଧ୍ୟ ଆକ୍ରମଣ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶତାଧିକ ମୁସଲମାନ ହାତରେ ତ୍ରିରଙ୍ଗା ଓ ‘ପାକିସ୍ତାନ ମୁର୍ଦ୍ଦାବାଦ’ ପୋଷ୍ଟର ଧରି ନିଜର ଭାବନା ପ୍ରକାଶ କରିଥିଲେ। ଜାମା ମସଜିଦରୁ କୁହାଯାଇଥିଲା, ଯିଏ ଆମ ଦେଶ ଉପରେ ଖରାପ ନଜର ରଖିବ, ତାହାକୁ ବରବାଦ କରିଦିଆଯିବ। ସରକାର ଯେତେ ଶୀଘ୍ର ସମ୍ଭବ କଠୋର ନିଷ୍ପତ୍ତି ନେବା ଦରକାର। ଆତଙ୍କବାଦୀଙ୍କ ସହ ଲଢ଼ି ଜୀବନ ବଞ୍ଚାଇଥିବା କାଶ୍ମୀରର ଭାଇମାନଙ୍କୁ ସଲାମ। ଭାରତର ୧୪୦ କୋଟି ଦେଶବାସୀ ଭାରତରେ ଆତଙ୍କବାଦକୁ ବଢିବାକୁ ଦେବେ ନାହିଁ। ୭୫ ବର୍ଷ ପୂର୍ବେ ହିନ୍ଦୁ ଓ ମୁସଲମାନ ଏହି ଦେଶରେ ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ ଏବଂ ଏବେ ସେମାନେ ଆତଙ୍କବାଦ ବିରୋଧରେ ଏକାଠି ଲଢିବେ ବୋଲି ମସ୍ଜିଦ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/26/C0JtgDwpUzw3iAT1fGS9.jpg)