ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ଜମାତ୍-ଏ-ଇସ୍ଲାମୀକୁ ଆଜି କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଦେଶ ବିରୋଧୀ କାର୍ଯ୍ୟକଳାପରେ ଏହି ସଂଗଠନ ଲିପ୍ତ ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସବିଶେଷ ଆଲୋଚନା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଉକ୍ତ ସଂଗଠନକୁ ନିଷିଦ୍ଧ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପରେ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଶ୍ରୀନଗରରେ ଅଧିକ ଯବାନ ମୁତୟନ ହୋଇଛନ୍ତି।
ଜମାତ୍-ଏ-ଇସ୍ଲାମୀ ନିଷିଦ୍ଧ
/sambad/media/post_attachments/wp-content/uploads/2019/03/jamat.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)