ଅହମଦାବାଦ: ସାରା ଦୁନିଆରେ ଜେମ୍ସ ବଣ୍ଡଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି | ତେବେ ଗୁଜୁରାଟର ଅହମଦାବାଦରେ ଏମିତି ଜଣେ ପ୍ରଶଂସକ ଅଛନ୍ତି, ଯାହାଙ୍କର ଦାମୀ ନମ୍ବର ପ୍ଲେଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଏହି ପ୍ରଶଂସକ ଜଣକ ନିଜର ୪୦ ଲକ୍ଷ ଟଙ୍କାର ଟୟୋଟା ଫର୍ଚୁନର କାର ପାଇଁ ଟେଣ୍ଡର ମାଧ୍ୟମରେ ୩୪ ଲକ୍ଷ ଟଙ୍କାରେ ଜେମ୍ସ ବଣ୍ଡ ନମ୍ବର ପ୍ଲେଟ (୦୦୭) କିଣିଛନ୍ତି। ଟ୍ରାନ୍ସପୋର୍ଟର(ଗାଡି ମାଲିକ) ଭାବେ କାମ କରୁଥିବା ଆଶିକ୍ ପଟେଲ ତାଙ୍କ ଟୟୋଟା ଫର୍ଚୁନର୍ ପାଇଁ ୩୪ ଲକ୍ଷ ଟଙ୍କାରେ ଏକ ଫ୍ୟାନ୍ସି ନମ୍ବର ପ୍ଲେଟ୍ କିଣିଛନ୍ତି |

Advertisment

ଆଶିକ୍ ଜେମ୍ସ ବଣ୍ଡ ଫିଲ୍ମ ସିରିଜର ଜଣେ ବଡ଼ ପ୍ରଶଂସକ ଥିବାବେଳେ, ତାଙ୍କ ଗାଡି ପାଇଁ ଶେଷକୁ '୦୦୭' ନମ୍ବର ସେ ଚାହିଁଥିଲେ | ଏହି ନମ୍ବରର ଅନ୍ୟାନ୍ୟ ଦାବିଦାର ଥିବାରୁ ଫ୍ୟାନସି ନମ୍ବର ପାଇବା ପାଇଁ ଆଶିକ ଆରଟିଓ ଅଫିସ ସହ ଯୋଗାଯୋଗ କରିଥିଲେ | ଏହା ପରେ ଏହି ନମ୍ବର ପାଇଁ ବିଡ୍ ହୋଇଥିଲା ଏବଂ ୩୪ ଲକ୍ଷ ଟଙ୍କାର ସର୍ବାଧିକ ରାଶି ଦେଇ ଆଶିକ ଏହି ନମ୍ବରକୁ ହାତେଇଥିଲେ |

ଏ ପର୍ଯ୍ୟନ୍ତ ଅହମଦାବାଦ ଆରଟିଓରେ କୌଣସି ନମ୍ବର ପାଇଁ ଏତେ ଟଙ୍କାରେ ବିଡ୍ ହୋଇ ନଥିବାବେଳେ ଆଶିକ କହିଛନ୍ତି ଯେ ସେ ଜେମ୍ସ ବଣ୍ଡଙ୍କର ଜଣେ ବଡ ପ୍ରଶଂସକ ହୋଇଥିବାବେଳେ ଏହି ନମ୍ବର ଭାଗ୍ୟଶାଳୀ ନମ୍ବର ହୋଇଥାଏ | ତେଣୁ ସେ ଏହି ନମ୍ବର ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି |