ଜାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ମୃତ୍ୟୁ ପୂର୍ବରୁ ଟୁଇଟ କରି ଲେଖିଥିଲେ, ‘ଦିଲ୍ଲୀରେ କେହି ବଞ୍ଚିବେ ନାହିଁ।’

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ନାବିଲା ସାଦିକଙ୍କ ବୁଧବାର ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ନାବିଲାଙ୍କ ହଠାତ ଏଭଳି ମୃତ୍ୟୁ ଖବରକୁ ତାଙ୍କ ସାଙ୍ଗ ଓ ସମ୍ପର୍କୀୟମାନେ ସହଜରେ ଗ୍ରହଣ କରି ପାରି ନଥିଲେ।

୩୮ ବର୍ଷୀୟ ନାବିଲା ଗତ କିଛି ଦିନ ହେବ କୋଭିଡରେ ପୀଡିତ ଥିଲେ । ତେବେ ତାଙ୍କ ମା’ ବି କରୋନାରେ ପୀଡିତ ହୋଇ ପ୍ରାଣ ହରାଇଥିଲେ। କିନ୍ତୁ ଏ ଖବର ପାଇ ପାରି ନଥିଲେ ନାବିଲା। କାରଣ ସେତେବେଳକୁ କରୋନାରେ ସଂକ୍ରମିତ ହୋଇ ତାଙ୍କ ଅବସ୍ଥା ଗୁରୁତର ଥିଲା। ସେ ହସ୍ପିଟାଲରେ ଥିଲେ।

 

ମଇ ୪ ତାରିଖରେ ନାବିଲା ସାଦିକ ଟ୍ୱିଟ୍ କରି ନିଜ ପାଇଁ ଆଇସିୟୁ ବେଡ୍ ମାଗିଥିଲେ । ଏହାପୂର୍ବରୁ ମଇ ୨ରେ ଲେଖିଥିଲେ ଦିଲ୍ଲୀରେ କେହି ବଞ୍ଚିପାରିବେ ନାହିଁ । ଏଠିକାର ପରିବେଶରେ ଗୋଟେ ଲୋକ ବଞ୍ଚିବା କଷ୍ଟକର ।’

ନାବିଲାଙ୍କ ଶରୀର ଅବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଭଲ ନହେବାରୁ ଫରିଦାବାଦର ଫୋର୍ଟିସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ସେଠାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର