ନୂଆଦିଲ୍ଲୀ: ଜାମିଆ ମିଲିଆ ଇସ୍ଲାମିୟା ବିଶ୍ବବିଦ୍ୟାଳୟରେ ଗତ ରାତିରେ ପୁଲିସ ଚଢ଼ଉ ପରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଆନ୍ଦୋଳନକାରୀଙ୍କ ଦ୍ବାରା ଗତକାଲି ଶତାଧିକ ଯାନ ବାହନ ଜାଳି ଦିଆଯିବା ସହ ପୁଲିସ ଏବଂ ଅଗ୍ନିଶମ ବାହିନୀ ଉପରେ ପଥର ମାଡ଼ ହୋଇଥିଲା। ଏହି ଘଟଣା ପରେ ଗତ ରାତିରେ ପୁଲିସ କ୍ୟାମ୍ପ୍ସରେ ଚଢ଼ଉ କରି ଲାଠିମାଡ଼ କରିବା ସହ ଶତାଧିକ ଛାତ୍ରଙ୍କୁ ଅଟକ ରଖିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ ପୁଲିସ ବିନା ଅନୁମତିରେ କ୍ୟାମ୍ପ୍ସରେ ପ୍ରବେଶ କରି ଛାତ୍ର ଏବଂ କର୍ମଚାରୀଙ୍କ ଉପରେ ଜୁଲମ କରିଛି। ଅନ୍ୟପକ୍ଷରେ ପୁଲିସ କର୍ତ୍ତୃପକ୍ଷ କହିଛନ୍ତି ଯେ ଛାତ୍ରମାନେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଉପରେ ଯୋଜନାବଦ୍ଧ ଭାବେ ପଥର ମାଡ଼ କରିବା ପରେ ବଡ଼ ଧରଣର ହିଂସା ପାଇଁ ଉଦ୍ୟମ କରିଥିଲେ। ଛାତ୍ରଙ୍କ ସହିତ ବହୁ ସଂଖ୍ୟାରେ ଅଣଛାତ୍ର ମଧ୍ୟ ପୁଲିସ ଉପରେ ଆକ୍ରମଣ କରିଥିଲେ। ଛାତ୍ରମାନଙ୍କୁ ଯାଞ୍ଚ ପରେ ପର୍ଯ୍ୟାୟକ୍ରମେ ଛାଡ଼ି ଦିଆଯାଉଛି ଏବଂ ହିଂସାରେ ସଂପୃକ୍ତ ଛାତ୍ର ଏବଂ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି। ଆକ୍ରମଣ ଏବଂ ପୋଡ଼ାଜଳା ପାଇଁ ଜାମିଆ ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୁଲିସ ୨ଟି ଏଫ୍ଆଇଆର୍ ରୁଜୁ କରିଛି।
ଜାମିଆର ଶହେ ଛାତ୍ର ଅଟକ, ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା: ପୁଲିସ
କାର୍ଯ୍ୟାନୁଷ୍ଠାନ ବେଆଇନ ଥିଲା: ଜାମିଆ କର୍ତ୍ତୃପକ୍ଷ
/sambad/media/post_attachments/wp-content/uploads/2019/12/jamia.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)