ଡୋଡା (ଜମ୍ମୁ- କଶ୍ମୀର): ଆଜି ଅପରାହ୍ଣରେ ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ଡୋଡା ଜିଲ୍ଲାର ଏକ ପାହାଡ଼ିଆ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ଯାତ୍ରୀବାହୀ ଯାନ ନିୟନ୍ତ୍ରଣ ହରାଇ ଏକ ଖାଇ ମଧ୍ୟକୁ ଖସି ପଡ଼ିବା ଫଳରେ ଘଟିଛି ଏହି ଦୁର୍ଘଟଣାରେ। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ଯାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ଜାଣିବାକୁ ମିଳିଛି।
ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଡୋଡା ଜିଲ୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇଥିଲା। ଯାତ୍ରୀବାହୀ ଯାନଟି ଡୋଡାରୁ ମାର୍ମତ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Accident.jpg)