ଜାମ୍ମୁ ଓ କାଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କୀ ମୃତ, ୮ପଥର ଫିଙ୍ଗାଳି ନିହତ , ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ସିର୍‌ନୁ ଗାଁ ନିକଟରେ ଆଜି ଭୋରରୁ ଆତଙ୍କବାଦୀ- ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ବର୍ତ୍ତମାନ ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି। ଏହି ଏନ୍‌କାଉଣ୍ଟର ଚାଲିଥିବା ବେଳେ ପୁଲିସ ଉପରକୁ ପଥର ଫିଙ୍ଗୁଥିବା ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ୮ ଜଣ ଲୋକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ଏପରିକି ୨୦ରୁୁ ଊର୍ଧ୍ୱ ମଧ୍ୟ ଆହତ ହୋଇଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ କେତେକ ଆତଙ୍କବାଦୀ ସିର୍‌ନୁ ଗାଁ ନିକଟରେ ଛପି ରହିଥିବା ନେଇ ସୁରକ୍ଷାବାହିନୀକୁ ଠୋସ୍‌ ସୂଚନା ମିଳିଥିଲା। ଏହି ସିରୁନ ଗାଁ ହେଉଛି ପୂର୍ବତନ ସୈନକ ଯିଏ ସେନା କ୍ୟାମ୍ପରୁ ଏକେ ୪୭ ରାଇଫଲ ଚୋରାଇ ନେଇ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିବା ଆତଙ୍କବାଦୀ ଜାହିର ଥାକରର ଗାଁ। ଏହି ସୂଚନା ଆଧାରରେ ସୁରକ୍ଷା କମୀମାନେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିବାକୁ ସିର୍‌ନୁ ଗାଁରେ ପହଞ୍ଚିଥିଲେ। ତେବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ପୂର୍ବରୁ ସେଠାରେ ଛପି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାବାହିନୀ ପୋଜିସନ୍‌ ନେଇ ଆତଙ୍କବାଦୀମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଗୁଳି ଚଳାଇଥିଲେ। ଆଉ ଏହି ଗୁଳି ବିନିମୟରେ ଜାହିର ଥାକର, ଅଦନ୍ନାନ ଓ୍ଵାନୀ ଓ ଜହୁର ଅହମ୍ମଦ କାର ଓରଫ ତାହିର ହିଜ୍‌ବି ନାମକ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେବେ ଆତଙ୍କବାଦୀଙ୍କ ଗୁଳିରେ ଜlଣ ସୈନିକ ସହିଦ ହୋଇଥିବା ବେଳେ ଅନ୍ୟ କେତେକ ସୈନିକ ଆହତ ହୋଇଛନ୍ତି।

ତେବେ ଆତଙ୍କବାଦୀ- ସେନା- ସିଆରପିଏଫ୍‌ ଯବାନର ମିଳିତ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିିବା ବେଳେ ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେବାକୁ କେତେକ ପଥର ଫିଙ୍ଗାଳି ଆସି ସେନା ଉପରକୁ ପଥର ଫିଙ୍ଗିଥିଲେ। ଏହି ସମୟରେ ଏନ୍‌କାଉଣ୍ଟ ଚାଲିଥିବାରୁ ସେହି ସ୍ଥାନରୁ ଚାଳଇଯିବାକୁ ସେନା ପକ୍ଷରୁ ବାରମ୍ବାର ପଥର ଫିଙ୍ଗାଳିୀମାନଙ୍କୁ ଅନୁରୋଧ କରାଯିବା ସହିତ ଟ୍ରର ଗୃାସ ମାଡ଼ କରାଯାଇତଇଲା। ମାତ୍ର ପଥର ଫିଙ୍ଗାଳିମାନେ ଆତଙ୍କବାଦୀ- ସେନା ମଝିରେ ରହି ସେନା ଉପରକୁ ପଥର ଫିଙ୍ଗିଚାଲିଥିିଲେ। ଏହାର ସୁଯୋଗରେ ଆତଙ୍କବାଦୀମାନେ ଗୁଳି ଚଳାଇ ସେନାର ୨ ଜଣ ଯବାନଙ୍କୁ ଆହତ ମଧ୍ୟ କରିଥିଲେ। ଏହି ସେନା ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ ସମୟରେ ୮ ଜଣ ପଥର ଫିଙ୍ଗାଳିଙ୍କର ମୃତ୍ୟୁ ଘଟିଛି। ୨୦ରୁ ଊର୍ଧ୍ୱ ପଥର ଫିଙ୍ଗାଳି ମଧ୍ୟ ଆହତ ହୋଇଛନ୍ତି। ସେଠାରେ ଆଉ କେତେକ ଆତଙ୍କବାଦୀ ଛପି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେଠାରେ ଆତଙ୍କବାଦୀ-ପୁଲିସ ମଧ୍ୟରେ ଗୁଳ ିବିନିମୟ ଜାରି ରହିଛି।

ଯେଉଁ ପଥରଫିଙ୍ଗଳିମାନେ ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଅମୀର ଅହମ୍ମଦ ପଲ, ସାହିଦ ଅହମ୍ମଦ ଖଣ୍ଡାଏ, ଆବିଦ ହୁସେନ ଲୋନ, ତୌସିଫ୍‌ ଅହମ୍ମଦ ମୀର, ଲିଆକତ୍‌ ଅହମ୍ମଦ, ଜାହାଙ୍ଗୀର ଅହମ୍ମଦ, ସାହବାଜ ଅଲ୍ଲୀ, ଇସ୍‌ଫାକ ଅହମ୍ମଦ ବୋଲିି ପୁଲିସ କହିଛି।

ସମ୍ବନ୍ଧିତ ଖବର