ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଓ ଲେହ-ଲଦାଖର ଲାଇଫଲାଇନ ପାଲଟିବ ଜୋଜିଲା ଟନେଲ । ଜମ୍ମୁ-କଶ୍ମୀରର ଶ୍ରୀନଗର ସହିତ ଲେହ-ଲଦାଖକୁ ସଂଯୋଗ କରୁଥିବା ଏହି ଟନେଲ ଉଭୟ ପ୍ରତିରକ୍ଷା ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସୋନମର୍ଗ ଓ କଶ୍ମୀରର ବହୁ ପର୍ଯ୍ୟଟନସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ । କାରଣ ଶୀତଦିନେ ବର୍ଷର ପ୍ରାୟ ୬ ମାସ ଏହି ଅଞ୍ଚଳ ଦେଇ ଯାତାୟତ ସମ୍ଭବ ହେଉନାହିଁ । ଜୋଜିଲା ଗିରି ପଥ ସମୁଦ୍ର ପତ୍ତନ ଠାରୁ ୧୧, ୫୭୮ ଫୁଟ୍‌ ଉଚ୍ଚରେ ଶ୍ରୀନଗର-କାର୍ଗିଲ୍‌-ଲେହ୍‌ ଜାତୀୟ ରାଜପଥରେ ଅବସ୍ଥିତ। ଶୀତକାଳରେ ଅତିଶୟ ତୁଷାରପାତ କାରଣରୁ ଏହି ରାସ୍ତା ବନ୍ଦ ରହୁଥିବାରୁ ସଡ଼କ ପଥ ଦେଇ ଲଦାଖକୁ କଶ୍ମୀର ଠାରୁ ଅଲଗା କରିଦିଏ।

Advertisment

ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ବିକଳ୍ପ ରାସ୍ତା ବେଶ ସହାୟକ ହେବ । ଭାରତ-ଚୀନ ଓ ଭାରତ-ପାକିସ୍ତାନ ସୀମା ନିକଟତର ହୋଇଯିବ । ବାଲତାଲରୁ ମିନାମାର୍ଗ ପର୍ଯ୍ୟନ୍ତ ଦୂରତା ୪୦ କିଲୋମିଟରରୁ ୧୩ କିଲୋମିଟରକୁ ହ୍ରାସ ପାଇବ ।

Zojila tunnel: Modi government working to complete Asia's longest  bi-directional tunnel without cost escalation - The Financial Express www.financialexpress.com

ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଦେଢ ଘଣ୍ଟା କମିଯିବ । ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହି ଜୋଜିଲା ଟନେଲର ସମୀକ୍ଷା କରିବେ । ପ୍ରଥମଥର ପାଇଁ କେନ୍ଦ୍ରମନ୍ତ୍ରୀ ୪୩୫ ମିଟର ଟ୍ୱିନ ଟ୍ୟୁବ ଟନେଲ ଦେଇ ଯିବେ । ଜୋଜିଲା ଟନେଲର ଲମ୍ବ ୧୪. ୧୫ କିଲୋମିଟର । ୯.୫ ମିଟର ଚଉଡା ଓ ଉଚ୍ଚତା ୭.୫୭ ମିଟର । ପ୍ରାୟ ୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପର କାମ ହାତକୁ ନେଇଛି ହାଇଦ୍ରାବାଦର ମେଗା ଇଂଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ । ଟନେଲ ନିର୍ମାଣରେ ଅଷ୍ଟ୍ରେଲିଆର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।