ବାନ୍ଦିପୋରାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ; ଆହତ ହୋଇ ଚିକିତ୍ସିତ ହେଉଥିବା ଯବାନ ସହିଦ

ଶ୍ରୀନଗର: ରବିବାର ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସେନା ଯବାନ ସୋମବାର ସହିଦ ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ବାନ୍ଦିପୋରା ଜିଳ୍ଲାରେ ଗତକାଲି ପାକିସ୍ତାନୀମାନେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ବେଳେ ସେମାନଙ୍କ ଗୁଳି ଯବାନଙ୍କ ବିଭିନ୍ନ ଅଙ୍ଗରେ ବାଜିବା ପରେ ଯବାନ ଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶେଷରେ ଆଜି ସେ ଆଖି ବୁଜି ଦେଇଛନ୍ତି।

ଗଣମାଧ୍ୟମରେ ସୂଚନା ଦେଇ ଜଣେ ସେନା ଅଧିକାରୀ କହିଛନ୍ତି, ‘ପାକିସ୍ତାନୀମାନେ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ସୀମା ଉଲ୍ଲଂଘନ କରି ଗୁଳି ଚାଳନା କରିଥିଲେ। ଭାରତୀୟ ସେନା ତାହାର ଉଚିତ ପାଲଟା ଜବାବ ଦେଇଛି।’

ଉଲ୍ଳେଖଯୋଗ୍ୟ, ଚଳିତମାସ ଅରମ୍ଭରୁ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନକୁ ନେଇ ବରିଷ୍ଠ ବିଏସ୍‌ଏଫ୍‌ ଅଧିକାରୀ ଆଜମଲ୍‌ ସିଂହ କହିଥିଲେ କି ‘ଆତଙ୍କବାଦୀମାନଙ୍କୁ ନିଜ ଛତ୍ରଛାୟା ତଳେ ରଖିବା ପାଇଁ ପାକିସ୍ତାନ ମଝିରେ ମଝିରେ ସୀମାରେ ଅସ୍ତ୍ର ବିରତି ଉଲ୍ଲଂଘନ କରୁଛି।

 

ସମ୍ବନ୍ଧିତ ଖବର