ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ହୋଇପାରେ : ରାଜନାଥ

ଜମ୍ମୁ  : ଚଳିତ ବର୍ଷ ‌ଶେଷ ସୁଦ୍ଧା ଜମ୍ମୁ କାଶ୍ମୀର ବିଧାନସଭା ନିର୍ବା‌ଚନ ହେବା ସମ୍ଭାବନା ରହିଛି। ଜମ୍ମୁ କାଶ୍ମୀରରେ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ଶେଷ ହୋଇଛି। ଏହାପରେ ଜମ୍ମୁ କାଶ୍ମୀରରେ ଆସନ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି। କାଶ୍ମୀରରେ ୪୭ ଆସନ ଏବଂ ଜମ୍ମୁରେ ୪୩ ଆସନ। ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି। ରାଜନାଥ ଏବେ ୨ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି। ନିର୍ବାଚନ କମିସନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଇଲେକ୍ଟୋରାଲ ରୋଲ୍‌ ଆରମ୍ଭ କରିବାର ୨ ଦିନ ପରେ ରାଜନାଥ ଆଜି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଜମ୍ମୁ କାଶ୍ମୀରରେ ୮୭ଟି ଆସନ ଥିଲା। କାଶ୍ମୀରରେ ୪୬, ଜମ୍ମୁରେ ୩୭ ଏବଂ ଲଦାଖରେ ୪ଟି ଆସନ। ତେବେ ଜମ୍ମୁ କାଶ୍ମୀର ପୁନର୍ଗଠନ ପରେ ଲଦାଖକୁ ଏକ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଗଲା। ଲଦାଖରେ ବିଧାନସଭା ରହିବ ନାହିଁ।

ସମ୍ବନ୍ଧିତ ଖବର