ଜମ୍ମୁ- କଶ୍ମୀର: ୩ ଏନ୍କାଉଣ୍ଟରରେ ୬ ଆତଙ୍କବାଦୀ ନିପାତ, ୧୨ ବର୍ଷ ବୟସ୍କ ନାବାଳକ ମୃତ
ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀର ଉପତ୍ୟକାର ସୋପର ଅଞ୍ଚଳରେ ଆଜି (ଶୁକ୍ରବାର) ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ତିନିଟି ପୃଥକ୍ ପୃଥକ ଏନ୍କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜୈନକ ୧୨ ବର୍ଷ ବୟସ୍କ ନାବାଳକ ମଧ୍ୟ ପ୍ରାଣ ହରାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆତଙ୍କବାଦୀଙ୍କ ସହିତ ସୁରକ୍ଷା କର୍ମୀଙ୍କର ପ୍ରଥମ ଏନ୍କାଉଣ୍ଟରଟି ଘଟିଥିଲା ସୋପାରର ବନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ମୀର୍ ମୋହଲା ଅଞ୍ଚଳରେ ଏଥିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜୈନକ ୧୨ ବର୍ଷ ବୟସ୍କ ନାବାଳକ ମଧ୍ୟ ପ୍ରାଣ ହରାଇଥିଲା। ପ୍ରାଣ ହରାଇଥିବା ନାବଳକ ଜଣକୁ ଆତଙ୍କବାଦୀମାନେ ପଣବନ୍ଦୀ କରିନେଇ ନିଜ କବ୍ଜାରେ ରଖିଥିଲେ। ତେବେ, ଏହି ଏନ୍କାଉଣ୍ଟରରେ ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଲସ୍କର-ଇ-ତୋଏବାର ଏରିଆ କମାଣ୍ଡର ଥିବା ଜାଣିବାକୁ ମିଳିଛି।
Jammu & Kashmir: One terrorist neutralised by security forces in Shopian, Operation underway (Visuals deferred by unspecified time) pic.twitter.com/IrIcrGFBLw
— ANI (@ANI) March 22, 2019
ସେହିପରି ସୋପିଆନ୍ ଜିଲ୍ଲାର ଇମାମ୍ ସହିବ୍ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଅନ୍ୟ ଏକ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୋପାରରର ଓ୍ଵାରପୋରା ଅଞ୍ଚଳରେ ଅନ୍ୟ ଏକ ଏନ୍କାଉଣ୍ଟରରେ ଆଉ ୨ ୍ରାତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଏବେ ବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଉ ଦୁଇଟି ଏନ୍କାଉଣ୍ଟର ଚାଲ ରହିଥିବା ସୂଚନା ହେଇଛି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ।