ଶ୍ରୀନଗର (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଳ୍ଲା ଜିଲ୍ଲା ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ଆଜି (ବୁଧବାର) ଅପରାହ୍ଣରେ ସେନା ପକ୍ଷରୁ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନଙ୍କ ବିରୋଧରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ଏହି ସର୍ଚ୍ଚ ଅପରେସନ୍ କାଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ମାତ୍ରରେ ଏନ୍କାଉଣ୍ଟର ସହ ଗୁଳିବିନିମୟ ହୋଇଛି। ଏହି ଏନ୍କାଉଣ୍ଟରରେ ସୁରକ୍ଷା ବାହିନୀର ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜାଣିବାକୁ ମିଳିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଜମ୍ମୁ- କଶ୍ମୀରର ବାରାମୁଲ୍ଲା ଜିଲ୍ଲା ଅନ୍ତର୍ଗତ ରଫିଆବାଦର ପାର୍ବତ୍ୟାଞ୍ଚଳରେ କିଛି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସଂପର୍କରେ ସେନାର ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଧିଷ୍ଟ ସୂଚନା ମିଳିବା ପରେ ଆଜି ଅପରାହ୍ଣରେ ସୁରକ୍ଷା ବାହିନୀ ପକ୍ଷରୁ ଏହି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/uploads/2018/08/encounter--300x200.jpg)
ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ୍ରେ ଯାଉଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷା ବାହିନୀର ଯବାନମାନେ ଏନ୍କାଉଣ୍ଟର ଆରମ୍ଭ କରି ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ପରେ ସୁରକ୍ଷା ବାହିନୀର ଯବାନମାନେ ସଂପୃକ୍ତ ସମଗ୍ର ଅଞ୍ଚଳକୁ ନିଜ କବ୍ଜାକୁ ନେବା ସହ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ଜୋରଦାର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/encounter1.jpg)