ଆଗାମୀ ୧୦ତାରିଖରୁ ଜମ୍ମୁ କଶ୍ମୀରକୁ ପର୍ଯ୍ୟଟକମାନେ ନିର୍ଦ୍ବନ୍ଦ୍ବରେ ଯାଇପାରିବେ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ସ୍ୱାଭାବିକ ହେଉଥିବାର ଲକ୍ଷ୍ୟ କରି ରାଜ୍ୟପାଳ ସତ୍ୟପାଲ ମଲିକ ଆଗରୁ ରାଜ୍ୟ ପ୍ରଶାସନ ଘାଟିରୁ ବାହାରିଯିବା ପାଇଁ ଜାରି କରିଥିବା ପରାମର୍ଶ ଉଠାଇ ଦେଇଛନ୍ତି । ପ୍ରାୟ ୨ ମାସ ପରେ ଏହି କଟକଣାକୁ ରାଜ୍ୟ ପ୍ରଶାସନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଏହାଫଳରେ ଆଗାମୀ ଅକ୍ଟୋବର ୧୦ତାରିଖରୁ ଜମ୍ମୁ କଶ୍ମୀରକୁ ପର୍ଯ୍ୟଟକମାନେ ନିର୍ଦ୍ବନ୍ଦ୍ବରେ ଯାଇପାରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାର ପୂର୍ବରୁ ପର୍ଯ୍ୟଟକଙ୍କୁ ତୁରନ୍ତ ଘାଟି ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ସମୟରେ ଆତଙ୍କବାଦୀ ଗତିବିଧି ଯୋଗୁଁ ପର୍ଯ୍ୟଟକଙ୍କୁ ଘାଟୀ ଛାଡ଼ିବାକୁ କୁହାଯାଇଥିଲା ।

ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଘାଟିରେ ଗୃହ ବିଭାଗ ତରଫରୁ ଜାରି ହୋଇଥିବା ଟ୍ରାଭେଲ ଆଡଭାଇଜାରି ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଚଳିତ ମାସ ୧୦ତାରିଖରୁ ଲାଗୁ ହୋଇଯିବ ବୋଲି କୁହାଯାଉଛି ।

image source-amarujala

ରାଜ୍ୟପାଳ ସତ୍ୟପାଲ ମଲିକ ଗତକାଲି ସୁରକ୍ଷା ସଂପର୍କିତ ବୈଠକ କରିବାପରେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। । ଏହି ବୈଠକରେ ରାଜ୍ୟପାଳଙ୍କ ପରାମର୍ଶଦାତା ଓ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର