ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସେଠାକାର ପରିସ୍ଥତିକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି କ୍ରମରେ ରାଜଧାନୀ ଶ୍ରୀନଗରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ଶ୍ରୀନଗର ୟୁନିଭର୍ସିଟି ବାହାରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୨ଜଣ ନାଗରିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଧାରା ୩୭୦ ଉଚ୍ଛେଦ ପରେ ଭାରତୀୟ ସେନା ଘାଟିରେ ଆତଙ୍କବାଦୀଙ୍କ ଉପରେ କଡ଼ା  ନଜର ରଖିଛନ୍ତି। ଏଥିସହିତ ରାଜ୍ୟରେ ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ସେନା, ନୌସେନା ଓ ବାୟୁସେନାକୁ ନିୟୋଜିତ ବି କରାଯାଇଛି।

ତେବେ ଏହି ବିସ୍ଫୋରଣ କିଏ କରିଛି ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିଲା। ତେବେ ପୁଲିସ ଏହି ଗ୍ରେନେଡ୍ ଆକ୍ରମଣ ନେଇ ତଦନ୍ତ ଜାରି ରଖିଛି। ବିସ୍ଫୋରଣରେ ଗୁରୁତର ହୋଇଥିବା ୨ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।