କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆଲର୍ଟରେ ସେନା ଓ ବାୟୁସେନା

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସ୍ଥଳ ସେନା, ବାୟୁ ସେନା ଏବଂ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀକୁ ହାଇ ଆଲର୍ଟରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜମ୍ମୁ-କଶ୍ମୀରରେ ଥିବା ସାମରିକ ଘାଟିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି କି, ଯେ କୌଣସି ମୂହୁର୍ତ୍ତରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସୁଯୋଗ ପାଇଲେ ଜମ୍ମୁ-କଶ୍ମୀର ଉପତ୍ୟାକାରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି ବୋଲି ସୁତ୍ରରୁ ଜଣା ପଡ଼ିଛି ।

ଧାରା ୩୭୦ଧାରା ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୂର୍ନଗଠନ ହେବା ପରେ ପାକିସ୍ତାନ ଭାରତ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିବା ସହ ଏହି ନିଷ୍ପତ୍ତି ବିରୋଧରେ ଅନ୍ତର୍ଜାତିକ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି । ଆଜି କଶ୍ମୀର ପ୍ରସଙ୍ଗ ଆଲୋଚନା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ, ଜୈସ୍‌-ଇ-ମହମ୍ମଦ ଭଳି ଆତଙ୍କୀ ସଂଗଠନ କଶ୍ମୀରରେ ଅସ୍ଥିରତା ଲାଗି ଉଦ୍ୟମ ଜାରି ରଖିଛନ୍ତି ।ଏହାକୁ ଆଖିରେ ରଖି ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।

ସମ୍ବନ୍ଧିତ ଖବର