ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଅକ୍ଟୋବର ୫ରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡର ତଦନ୍ତ କରିବ ଏନଆଇଏ । ଲାଲ ବଜାରର ରସାୟନ ବିଜ୍ଞାନୀ ମାଖନ ଲାଲ ବିନ୍ଦରୁ ଏବଂ ଗୁପଚୁପ ବିକ୍ରେତା ବିରେନ୍ଦ୍ର ପାସୱାନଙ୍କ ହତ୍ୟା ଘଟଣାର ଅନୁସନ୍ଧାନ ଏନଆଇଏ କରିବ ବୋଲି ଜଣାପଡ଼ିଛି। ବିନ୍ଦରୁ ଜଣେ କଶ୍ମୀର ପଣ୍ଡିତ ଥିବାବେଳେ ପାସୱାନ ବିହାରର ଜଣେ ଶ୍ରମିକ ଥିଲେ।

Advertisment

ଗତ କିଛି ଦିନ ହେବ କଶ୍ମୀରରେ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ଆକ୍ସନ ମୋଡକୁ ଆସିଛନ୍ତି ସରକାର। ଏନେଇ ଜମ୍ମୁ-କଶ୍ମୀର ପୁଲିସ ଡିଜି ଏବଂ ଏନଆଇଏର ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ଅନେକ ବୈଠକ ଅନୁଷ୍ଠିତ ହୋଇଛି। ଏବେ ଏନଆଇଏ ଡିଜି କୁଲଦୀପ ସିଂ କଶ୍ମୀର ଗସ୍ତରେ ଅଛନ୍ତି। ‌ତେବେ କଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ହତ୍ୟା କରିବା ଘଟଣାର ତଦନ୍ତ ଭାର ଏନଆଇଏକୁ ଦିଆଯାଉ ବୋଲି ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଥିବା ବେଳେ ଏବେ ଗୃହ ମନ୍ତ୍ରାଳୟ ଏହାକୁ ଅନୁମତି ମିଳିଛି।