ପୁଞ୍ଚ (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରରେ ଆଜି (ଗୁରୁବାର) ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନୀ ସେନା। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଜମ୍ମୁ- କଶ୍ମୀର ନିୟନ୍ତ୍ରଣ ରେଖାର ପୁଞ୍ଚ୍ ଓ ରଜୌରୀ ସେକ୍ଟରର ୪ଟି ସ୍ଥାନରେ ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରିବା ସହ ଭାରତୀୟ ସେନା ଓ ସୀମାନ୍ତରେ ଥିବା ଭାରତୀୟ ସେନା ପୋଷ୍ଟ ଉପରକୁ ପ୍ରବଳ ଗୁଳି ବର୍ଷା କରିବା ସହ ମୋର୍ଟାର ମାଡ଼ କରିଛି। ତେବେ, ପାକିସ୍ତାନ ସେନା ଦ୍ୱାରା ହୋଇଥିବା ଏହି ଅସ୍ତ୍ର ବିରତି ଉଲ୍ଲଂଘନ ଘଟଣାରେ କୌଣସି ଭାରତୀୟ ସେନା ମୃତାହତ ହୋଇ ନଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
Jammu & Kashmir: Pakistan violates ceasefire at four locations along the Line of Control in Poonch and Rajouri sector pic.twitter.com/y2Jsuh8XmO
— ANI (@ANI) January 24, 2019
ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ପୁଞ୍ଚ୍ ଓ ମେନ୍ଧର ସେକ୍ଟରରେ ଭାରତୀୟ ସେନା ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୫ ପାକିସ୍ତାନୀ ସେନାଙ୍କୁ ନିପାତ କରିବା ସହ ସୀମାନ୍ତରେ ଥିବା ୭ଟି ପାକିସ୍ତାନ ବଙ୍କରକୁ ମିଶାଇ ଦେବାର ଦିନକ ପରେ ପାକିସ୍ତାନୀ ସେନା ପକ୍ଷରୁ ଏହି ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଥିବା ଜାଣିବାକୁ ମିଳିଛି।