ଜମ୍ମୁ ଓ କଶ୍ମୀର: ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସୈନିକ ଆହତ

ଶ୍ରୀନଗର: ଗୋଟିଏ ସପ୍ତାହର ନିରବତା ପରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍‌ ଜିଲ୍ଲାରେ ଅବସ୍ଥିତ କୃଷ୍ଣାଘାଟି ସେକ୍ଟର୍‌ ପାଖ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଯବାନ ଆହତ ହୋଇଛନ୍ତି। ବୁଧବାର ରାତି ପ୍ରାୟ ସାଢ଼େ ନଅଟା ବେଳେ ପଡ଼ୋଶୀ ଦେଶ ପାକିସ୍ତାନ ଅଘୋଷିତ ଗୁଳି ଚାଳନା କରିଥିଲା। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତିରକ୍ଷା ମୁଖପାତ୍ର ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ ଦେବେନ୍ଦର ଆନନ୍ଦ କହିଛନ୍ତି: ବୁଧବାର ଦିନ ନିୟନ୍ତ୍ରଣ ରେଖା ଠାରେ ଥିବା କୃଷ୍ଣାଘାଟି ସେକ୍ଟର୍‌ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଜଣେ ସୈନିକଙ୍କୁ ଆହତ କରିଛନ୍ତି। ସେ ଆହୁରି କହିଛନ୍ତି: ରାତି ପ୍ରାୟ ୯. ୩୦ ବେଳେ ପାକିସ୍ତାନ ସେନା କେଜି ସେକ୍ଟର୍‌ରେ ଅଘୋଷିତ ଗୁଳି ଚଳାଇଥିଲା। ଆହତ ସୈନିକଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ଅକ୍ଟୋବର ୪ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପୁଞ୍ଚ୍‌ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ଠାରେ ଗୁଳି ଚଳାଇଥିଲା ବୋଲି ପ୍ରତିରକ୍ଷା ଅଧିକାରୀ କହିଛନ୍ତି।

ସନ୍ଧ୍ୟା ୫. ୪୫ ମିନିଟ୍‌ରେ ପାକିସ୍ତାନୀ ସେନା ୫ ରୁ ୭ ମିନିଟ୍‌ ଧରି ଚଳାଇଥିବା ଅସ୍ତ୍ରବିରତିରେ ପ୍ରାୟ ୩୦ ରୁ ୪୦ଟି ଗୁଳି ଫୁଟାଇଥିଲେ। ସେଥିରେ କିନ୍ତୁ, କେହି ମୃତାହତ ହୋଇ ନ ଥିଲେ।

ସମ୍ବନ୍ଧିତ ଖବର