ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅବନ୍ତିପୁରା ପୁଲିସ, ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସହିତ ମିଶି ଆତଙ୍କବାଦୀଙ୍କ ସହ ସଂପୃକ୍ତ ଥିବା ନେଟୱାର୍କର ପର୍ଦ୍ଦାଫାସ କରିଛି। ନେଟୱାର୍କର ପର୍ଦ୍ଦାଫାସ ପରେ ୬ଜଣ ଆତଙ୍କବାଦୀଙ୍କ ଗିରଫ କରିବାରେ ସଫଳ ହୋଇଛି ଅବନ୍ତିପୁରା ପୁଲିସ। ଗିରଫ ଆତଙ୍କବାଦୀମାନେ ଟ୍ରାଲ ଏବଂ ସଙ୍ଗମ ଅଞ୍ଚଳରେ ହୋଇଥିବା ଗ୍ରେନେଡ ଆକ୍ରମଣ ସାମିଲ ଥିବା ସହ କିଛି ମାସ ମଧ୍ୟରେ ସେନା ଉପରକୁ ହୋଇଥିବା ସମସ୍ତ ଗ୍ରେନେଡ ଆକ୍ରମଣରେ ସାମିଲ ଥିଲେ।
Times Nowଏବେ ନେଟୱାର୍କର ପର୍ଦ୍ଦାଫାସ ସହ ସେମାନେ ଲୁଚି ରହିଥିବା ସ୍ଥାନରୁ ପୁଲିସ ବିସ୍ଫୋରକ ଜିନିଷ ଜବତ କରିଛି। ଗତମାସରେ ପୁଲିସ ଅବନ୍ତିପୁରାରୁ ଜୈସ-ଇ-ମହମ୍ମଦ ସହ ସାମିଲ ଥିବା ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଆତଙ୍କବାଦୀ ୱାଗଡ ଟ୍ରାଲର ବିଲାଲ ଅହମ୍ମଦ ଚୋପାନ ଏବଂ ଚଟଲାମ ପମ୍ପୋରେର ମୁର୍ସାଲିନ ବଶିର ଶେଖ ବୋଲି ଜଣାପଡିଥିଲା। ଏମାନେ କଶ୍ମୀରର ପମ୍ପୋରେ ଏବଂ ଟ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର / ଗୁଳି ପରିବହନ ବ୍ୟତୀତ ଲଜିଷ୍ଟିକ୍ ସହାୟତା ଏବଂ ଆଶ୍ରୟ ଦେଉଥିବା ନେଇ ଜଣା ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-192.jpg)