ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଏବେ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି। ଅଗଷ୍ଟ ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭାଜନ କରାଯାଇଥିଲା। ଏବେ ସେଠାରେ ରାଜନୈତିକ ଅଚଳାବସ୍ଥାର ଅବସାନ ପାଇଁ ଜୁନ୍‌ ୨୪ରେ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକରେ ଜମ୍ମୁ କାଶ୍ମୀରକୁ ପୁଣି ରାଜ୍ୟମାନ୍ୟତା ସହିତ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେବ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସର୍ବଦଳୀୟ ବୈଠକ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ବୈଠକ କହିଛନ୍ତି। ତେବେ ଏହି ବୈଠକର ବିଷୟବସ୍ତୁ ନେଇ କିଛି ତଥ୍ୟ ସାର୍ବଜନୀନ କରାଯାଇନାହିଁ।

Advertisment

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ୨୪ ତାରିଖ ସର୍ବଦଳୀୟ ବୈଠକ ପାଇଁ ତାଙ୍କୁ ଆମନ୍ତ୍ରଣ କରାଯାଇଥିବା ପୂର୍ବରୁ ସୂଚନା ଦେଇଥିଲେ। କିନ୍ତୁ ସେ ଏହି ବୈଠକକୁ ଏଡ଼ାଇ ଯାଇପାରନ୍ତି ବୋଲି ସୂଚନା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସି ନେତା ଫାରୁକ୍‌ ଅବଦୁଲାଙ୍କୁ ସେ ଏଥିପାଇଁ ମନୋନୀତ କରିବା ସମ୍ଭାବନା ରହିଛି। ଫାରୁକ୍‌ ୭ଟି ଦଳର ପ୍ରତିନିଧିତ୍ବ କରିପାରନ୍ତି।

 ସର୍ବଦଳୀୟ ବୈଠକରେ ଯୋଗ ନଦେଇ ପାରନ୍ତି ମେହବୁବା

ଇସଲାମାବାଦ: କାଶ୍ମୀରକୁ ଭାଗ ଭାଗ କରିବା ଅବା ଏହାର ଜନସଂଖ୍ୟା ସମ୍ବନ୍ଧୀୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ଭାରତର ଯାବତୀୟ ଉଦ୍ୟମକୁ ପ୍ରତିରୋଧ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଧାରା ୩୭୦ର ପ୍ରତ୍ୟାହାର ଆଦି କାଶ୍ମୀର ପ୍ରତି ଭାରତ ନେଇଥିବା କାର୍ଯ୍ୟାନୁଷ୍ଠାନ ପରଠାରୁ ଭାରତ ଅନ୍ୟ କୌଣସି ଅନୁରୂପ ପଦକ୍ଷେପରୁ ନିଶ୍ଚୟ ନିବୃତ୍ତ ରହିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି। ଆସନ୍ତା ୨୪ ତାରିଖରେ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା କାଶ୍ମୀର ସଂକ୍ରାନ୍ତ ଏକ ବୈଠକରେ ସାମିଲ ହେବା ଲାଗି ସରକାର ଜାମ୍ମୁ ଓ କାଶ୍ମୀରର ୧୪ ଜଣ ନେତାଙ୍କୁ ଆମନ୍ତ୍ରଣ କରିଥିବା ବେଳେ କ୍ୟୁରେସିଙ୍କ ଏଭଳି ଟିପ୍ପଣୀ ଗୁରୁତ୍ବ ବହନ କରୁଛି। ଆସନ୍ତା ୨୪ ତାରିଖ ବୈଠକରେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ଏବଂ ଜାମ୍ମୁକାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପ୍ରଦାନ ସମେତ ସୀମା ପୁନଃନିର୍ଦ୍ଧାରଣ ନେଇ ମଧ୍ୟ ଆଲୋଚନା ହେବାକୁ ଥିବାରୁ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଛି। କାଶ୍ମୀର ନେଇ ଭାରତର ସମ୍ଭାବ୍ୟ ପଦକ୍ଷେପଗୁଡ଼ିକ ସମ୍ପର୍କରେ କ୍ୟୁରେସି ଜାତିସଂଘକୁ ଜଣାଇଥିବା କହିଛନ୍ତି।