ନୂଆଦିଲ୍ଲୀ: ଶ୍ରୀନଗରରେ ଆତଙ୍କବାଦୀମାନେ ଆଜି ପୁଲିସ ଏବଂ ସିଆରପିଏଫର ମିଳିତ ଦଳ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।
#Terrorists fired indiscriminately upon police party at #Sazgaripora #Hawal in which 01 police personnel Farooq Ahmad Chopan & 01 civilian Muneer Ahmad got injured. Both the injured were shifted to hospital. Area has been cordoned off. Further details shall follow. @JmuKmrPolice
— Kashmir Zone Police (@KashmirPolice) December 6, 2020
ଏନେଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଶ୍ରୀନଗରର ହୱାଲ ଅଞ୍ଚଳର ସାଜାଗରିପୋରାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସାଜାଗରିପୋରା ହୱାଲରେ ଏକ ପୁଲିସ୍ ପାର୍ଟି ଉପରେ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇଥିଲେ। ଏଥିରେ ଫାରୁକ୍ ଅହମ୍ମଦ ଚୋପନ୍ ନାମକ ଜଣେ ପୁଲିସ୍ କର୍ମଚାରୀ ଏବଂ ମୁନି ଅହମ୍ମଦ ନାମକ ଜଣେ ସାଧାରଣ ନାଗରିକ ଆହତ ହୋଇଥିଲେ। ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇ ଏବେ ସର୍ଚ୍ଚ ଅପରେସନ୍ ଚାଲିଛି ବୋଲି କାଶ୍ମୀର ଜୋନ୍ ପୁଲିସ୍ ଟୁଇଟ୍ କରି ସୂଚନା ଦେଇଛି।