କାଶ୍ମୀର : ଦିନକ ମଧ୍ୟରେ ୪ ଥର ଗ୍ରେନଡ ମାଡ

ଶ୍ରୀନଗର : କାଶ୍ମୀର ଉପତ୍ୟାକାରେ ସେନାର କଠୋର ଅପରେସନ ସତ୍ତ୍ୱେ ଆତଙ୍କବାଦ କମିବା ନାଁ ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪ ଟି ଗ୍ରେନେଡ ଆକ୍ରମଣ ହୋଇସାରିଲାଣି । ଆଜି କାଶ୍ମୀରର ଫୁଲଓ୍ଵାମା ଜିଲ୍ଲାର କାକାପୁରା ଅଞ୍ଚଳରେ ଥିବା ଏକ ପୁଲିସ ଷ୍ଟେସନରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଛନ୍ତି । ଏହି ଘଟଣାରେ ମୃତାହତ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବାବେଳେ ସୁରକ୍ଷା ବାହିନୀ ଏହି ଅଂଚଳକୁ ଘେରି ରହିଛନ୍ତି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଲାଲ ଚୌକ ସ୍ଥିତ ଘଣ୍ଟାଘରଠାରେ ଅବସ୍ଥିତ ଟେନପୁଲିସ ଷ୍ଟେସନ ଉପରେ ଏହି ଆକ୍ରମଣ ହୋଇଥିଲା । ଥାନା ପରିସର ଭିତରକୁ ଗ୍ରେନେଡ ମାଡ ହେବା ପରେ ପ୍ରହରା ଦେଉଥିବା ପୁଲିସ କର୍ମୀମାନେ ତୁରନ୍ତ ପ୍ରତି ଆକ୍ରମଣ କରିଥିଲେ । ଆଜି ମଧ୍ୟ ଜୈସ ଇ ମୁହମ୍ମଦର ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ଗ୍ରେନେଡ ମାଡ କରିଥିଲେ । ଏସବୁ ଆକ୍ରମଣ ପରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର