ଶ୍ରୀନଗର : ପୁଣି କଶ୍ମୀରରେ ବାହାର ରାଜ୍ୟର ଲୋକଙ୍କ ଉପରେ ଆକ୍ରମଣ ହୋଇଛି । ଶନିବାର ସନ୍ଧ୍ୟାରେ ପୁଲୱାମା ଜିଲ୍ଲାର କାକାପୋରାର ଖାରବାଟାପୋର ଅଞ୍ଚଳରେ ଆତଙ୍କବାଦୀମାନେ ଦୁଇ ଜଣ ବିହାରୀ ଶ୍ରମିକଙ୍କୁ ଗୁଳି କରି ଆହତ କରିଛନ୍ତି।

Advertisment

ଜମ୍ମୁ ଓ କାଶ୍ମୀର ପୋଲିସ କହିଛି ଯେ ଆତଙ୍କବାଦୀମାନେ ଖାରଭଟପୋରା ରତ୍ନିପୋରା ଗାଁରେ ସମସାଦ ଓ ଫଇଜାନ କାଦ୍ରିନାମକ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ଫଳରେ ସେମାନେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରମଣ ପରେ ସେମାନଙ୍କୁ ତୁରନ୍ତ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସ୍ଥିର ରହିଛି ।

ଗତ ଅଗଷ୍ଟ ମାସରେ ବାନ୍ଦିପୋରାରେ ଆତଙ୍କବାଦୀମାନେ ଜଣେ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗତ ବର୍ଷ ମଧ୍ୟ ଆତଙ୍କବାଦୀମାନେ କେତେକ ଶ୍ରମିକଙ୍କୁ ହତ୍ୟା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀମାନେ ସୁବ୍ୟବସ୍ଥିତ ଭାବେ ପ୍ରବାସୀମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବରୁ ଜୁନ୍‌ ୨ ତାରିଖରେ କୁଲ୍‌ଗାମ୍‌ରେ ଆତଙ୍କବାଦୀମାନେ ରାଜସ୍ଥାନର ଜଣେ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ସେହି ମାସରେ ବିହାରର ଦିଲ୍‌ଖୁସ୍‌ କୁମାର ନାମରେ ଜଣେ ୧୭ ବର୍ଷିୟ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିଲେ।