ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିିଛି।ସୁରକ୍ଷା କର୍ମୀମାନେ ମୃତ ଦୁଇଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ କରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳି ପାରି ନାହିଁ। ଆତଙ୍କବାଦୀଙ୍କ ଠାରୁ ଗୋଟିଏ ଲେଖାଁଏ ଇନସାସ୍‌ ଓ ଏକେଏମ ରାଇଫଲ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁଲଓ୍ଵାମା ଜିଲ୍ଲାର ଟିକେନ ଗାଁରେ ଆତଙ୍କବାଦୀମାନେ ଛପି ରହିଥିବା ଖବର ପାଇ ୫୫ ରାଷ୍ଟ୍ରୀୟ ରାଇଫଲ, ୧୮୦/୧୮୩ ସିଆରପିଏଫ ଓ ଏସଓଜି ର ଯବାନମାନେ ସମଗ୍ର ଗାଁକୁ ଘେରାଉ କରି ରଖି ସର୍ଚ୍ଚ ଅପରେସନ୍‌ ଚଳାଇଥିଲେ। ଏଥିରେ ବ୍ୟସ୍ତ ହୋଇ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ଯବାନମାନେ ପାଲଟା ଗୁଳି ଚଳିଥିଷଳ। ଯବାନଙ୍କ ପାଲଟା ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ୨ ଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ପୁଲଓ୍ଵାମା ଜିଲ୍ଲାର ଟ୍ରାଲଠାରେ ଗତକାଲି ଯବାନଙ୍କ ଗୁଳିବିନିମୟରେ ଜୈଶ ଇ ମହମ୍ମଦର ଜଣେ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିଲା। ପାକିସ୍ତାନୀ ନାଗରିକ ଏହି ଜୈଶ ଇ ମହମ୍ମଦର ଆତଙ୍କବାଦୀର ନାମ ଅନଓ୍ଵାର ବୋଲି ଚିହ୍ନଟ କରାଯାଇଥିଲା ବୋଲି ଜଣେ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର