Advertisment

ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ

ଜମ୍ମୁ କଶ୍ମୀରରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

 profile image
by Bandana Mishra
 ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଯାଇଛି  ପ୍ରଥମ ପର୍ଯ୍ୟାୟ ମତଦାନ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।  ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।  ଏଥିରେ କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି।  ଭୋଟ୍‌ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ।  ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨୩,୨୭,୫୮୦  ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।

Advertisment

ନିର୍ବାଚନ କମିସନ୍‌ ଭୋଟ୍‌ ଗ୍ରହଣ ପାଇଁ ୩୨୭୬  ବୁଥ୍‌ ବ୍ୟବସ୍ଥା କରିଛନ୍ତି। ମୋଟ୍‌ ୧୪ ହଜାର ନିର୍ବାଚନ କର୍ମଚାରୀ ଏହି ଭୋଟିଂ ବୁଥ୍‌ ଦାୟିତ୍ବରେ ଅଛନ୍ତି।  ସିପିଏମ୍‌ର ମହମ୍ମଦ ୟୁସୁଫ ତରିଗାମୀ, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମଦ ମୀର, ଏନ୍‌ସିର ସକିନା ଇତୁ ଏବଂ ପିଡିପିର ସରତାଜ ମଦାନୀ ଏବଂ ଅବଦୁଲ ରେହମାନ ବୀରୀ ହେଉଛନ୍ତି ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ।

 profile image
by Bandana Mishra
Advertisment

Join and get latest news updates delivered to you via social media

Follow us:
ସବସ୍କ୍ରାଇବ କରନ୍ତୁ