ଦିଲ୍ଲୀ ନିକଟରେ ଜମ୍ମୁ-ଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌ରେ ଯାତ୍ରୀଙ୍କୁ ଲୁଟ୍‌ କଲେ ସଶସ୍ତ୍ର ଡକାୟତ

ନୂଆଦିଲ୍ଲୀ: ଗୁରୁବାର ଦିନ ଜମ୍ମୁ-ଦିଲ୍ଲୀ ଦୂରନ୍ତ ଏକ୍ସପ୍ରେସ୍‌ର ଦୁଇଟି ଡବା ମଧ୍ୟରେ ଅପରିଚିତ ଆକ୍ରମଣକାରୀମାନେ ଜବରଦସ୍ତି ପ୍ରବେଶ କରି ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌ କରିଛନ୍ତି। ସିଗ୍‌ନାଲ୍‌ ପାଇ ଟ୍ରେନ୍‌ଟି ସେତେବେଳେ ଅଟକି ଥିଲା।

ସଶସ୍ତ୍ର ଆକ୍ରମଣକାରୀମାନେ ବି-ଥ୍ରି ଏବଂ ବି-ସେଭେନ୍‌ କୋଚ୍‌ରେ ଥିବା ଯାତ୍ରୀମାନଙ୍କ ଠାରୁ ଲୁଟ୍‌ କରିଥିଲେ। ଦିଲ୍ଲୀ ଉପକଣ୍ଠ ଅଞ୍ଚଳ ବଦ୍‌ଲି ଠାରେ ପ୍ରତ୍ୟୁଷରେ ଏହି ଘଟନା ଘଟିଛି।

ଜଣେ ଯାତ୍ରୀ ରେଳବାଇ ପୋର୍ଟାଲ୍‌ରେ ଅଭିଯୋଗ ଦାଏର କରିବା ପରେ ଘଟନା ଲୋକଲୋଚନକୁ ଆସିଥିଲା। ଅଭିଯୋଗରେ ଦର୍ଶାଯାଇଛି ଯେ ଦିଲ୍ଲୀ ନିକଟବର୍ତ୍ତୀ ସରାଇ ରୋହିଲ୍ଲା ଷ୍ଟେସନ୍‌ ନିକଟରେ ଦୂରନ୍ତ ଏକ୍ସପ୍ରେସ୍‌ ପହଞ୍ଚିବା ପରେ ୭-୧୦ ଜଣ ସଶସ୍ତ୍ର ଡକାୟତ ଯାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ।

ଯାତ୍ରୀମାନଙ୍କ ଠାରୁ ଦୁର୍ବୃତ୍ତମାନେ ମୋବାଇଲ୍‌ ଫୋନ୍‌, ଅଳଙ୍କାର, ନଗଦ ଟଙ୍କା, ଏଟିଏମ୍‌ କାର୍ଡ ଏବଂ ଅନ୍ୟାନ୍ୟ ଦାମିକା ଜିନିଷ ଛଡ଼ାଇ ନେଇଯାଇଥିଲେ।

ଘଟନା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

ରେଲ୍‌େଓ୍ଵ ପ୍ରୋଟେକ୍‌ସନ୍‌ ଫୋର୍ସ ଏହି ମାମଲାର ପ୍ରାଥମିକ ତଦନ୍ତରୁ କିଛି ସୂଚନା ପାଇଛି ଏବଂ ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନା ଗ୍ରହଣ କରାଯିବ ବୋଲି ନଦର୍ଣ୍ଣ ରେଲର  ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର