କୁଲଗାମ ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୫ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କୁଲଗାମ ନିକଟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି । ଏଥିରେ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି କି, ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଅଞ୍ଚଳରେ ପୁଲିସ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନା ମୁତାବକ, ବୁଧବାର ରାତିରୁ ଦକ୍ଷିଣ ଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ଦୁଇଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଓ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଏକ ଘରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ଆତ୍ମସମର୍ପଣ କରିବା ବଦଳରେ ଗୁଳି ଚଳାଇଥିଲେ । ବିଳମ୍ବିତ ରାତି ଯାଏଁ ଉଭୟ ପକ୍ଷରୁ ଗୁଳି ବର୍ଷ ଲାଗି ରହିଥିଲା।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଉତ୍ତର କଶ୍ମୀରର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜବୁଲ ଆତଙ୍କୀ ସଂଗଠନର ଟପ୍ କମାଣ୍ଡର ମେହରାଜୁଦ୍ଦିନ ଓରଫ୍ ଓବେଦା ନିହତ ହୋଇଥିଲା । ମେହରାଜୁଦ୍ଦିନ ଅନେକ ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲା । ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ କଶ୍ମୀର ଘାଟିରେ ସୁରକ୍ଷାକର୍ମୀମାନେ ୭୧ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।

ସମ୍ବନ୍ଧିତ ଖବର