ନୂଆଦିଲ୍ଲୀ: ଜମ୍ମ-ୁକାଶ୍ମୀରର ଶ୍ରୀନଗରରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୩ଜଣ ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍ ଅଫିସର ଆହତ ହାଇଥିବା ନେଇ ସୂଚନା ମିଳିଛି । ଆଜି ଗୁରୁବାର ଭୋର ୩ଟା ୫୦ମିନିଟରେ ଶ୍ରୀନଗରର ବଟମାଲୁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୩ଜଣ ଆତଙ୍କବାଦୀ ନିହତ ହୋଇସାରିଥିବା ବେଳେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସିଆରପିଏଫ୍ ଯବାନ ଏବଂ ଜମ୍ମୁ-କଶ୍ମୀର ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଛି।
ବଟମାଲୁ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଗୁଇନ୍ଦାସୂଚନା ମିଳିବା ପରେ ଆରମ୍ଭ ଅପରେସନ ହୋଇଥିଲା । ଆଖପାଖ ଅଞ୍ଚଳକୁ ପୁରା କର୍ଡନ କରି ରଖାଯିବା ସହ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ୩ଜଣଙ୍କୁ ସେନା ନିହତ କରିବା ପରେ ଏବେ ପ୍ରତ୍ୟକ ଛକ ମାନଙ୍କରେ ସଶସ୍ତ୍ର ବଳ ମୁତୟନ ଅଛନ୍ତି । ସିଆରପିଏଫର କୁଇକ୍ ଆକ୍ସନ ଟାକ୍ସଫୋର୍ସର ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଶେଷ ଖବର ସୁଦ୍ଧା ଆଉ କିଛି ଆତଙ୍କବାଦୀ ସେହି ଅଞ୍ଚଳରେ ଛପିଥିବା ସନ୍ଦେହ କରାଯାଉଛି ।
/sambad/media/post_attachments/784c605db938f17aa24b17ab9eec74e64256d95ae1e50b1f1cb7d74511f0df34.jpg)
ଗତକାଲି ପୁଲୱମାର କାକାପୋରା ଅଞ୍ଚଳରେ ଆତଙ୍କବାଦୀ ଛପିଥିବା ଖବର ମିଳିଥିଲା । ଏହା ପର ଠାରୁ ଆଲର୍ଟରେ ଥିଲା ସେନା । ଆରମ୍ଭ କରିଥିଲା ବଡ ଧରଣର ସର୍ଚ୍ଚ ଅପରେସନ । ବଟମାଲୁ ଅଞ୍ଚଳରେ ଆତଙ୍କବାଦୀ ପ୍ରଥମେ ସେନା ଉପରକୁ ଗୁଳି ମାଡ କରି ଖସି ଯିବାକୁ ଉଦ୍ୟମ କରିବା ପରେ ଚାରିପଟୁ ଘେରି ଜବାବ ଦେଇଥିଲା ଭାରତୀୟ ସେନା । ଏହି ଅପରେସନରେ ସିଆରପିଏଫ୍, ଜମ୍ମୁ-କଶ୍ମୀର ପୁଲିସ ଏବଂ ରାଷ୍ଟ୍ରୀୟ ରାଇଫଲର ୫୦ ଜଣ ଯବାନ ସାମିଲ ହୋଇଛନ୍ତି ।