ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦକୁ ଆଜି ୫ ବର୍ଷ ପୂର୍ତ୍ତି ହୋଇଛି। ୨୦୧୯ ଅଗଷ୍ଟ ୫ରେ ଏ ସଂକ୍ରାନ୍ତ ବିଲ୍କୁ ସଂସଦରେ ଗୃହୀତ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ୍ କରି କହିଛନ୍ତି, ‘ସଂସଦରେ ଧାରା ୩୭୦ ଉଚ୍ଛେଦ କରିବାର ନିଷ୍ପତ୍ତିକୁ ଆଜି ୫ ବର୍ଷ ପୂରିଲା। ଦେଶର ଇତିହାସରେ ଏହା ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ଥିଲା। ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପ୍ରଗତି ଏବଂ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷେ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଆଜି ଦାବି କରିଛନ୍ତି ଯେ ତାଙ୍କୁ ଗୃହବନ୍ଦୀ ରଖାଯାଇଛି। ତାଙ୍କ ପାର୍ଟି ଅଫିସ୍ ବନ୍ଦ କରିଦିଆଯାଇଛି ବୋଲି ସେ ଦାବି କରିଛନ୍ତି। ଅନ୍ୟ ଦଳର ମୁଖ୍ୟମାନେ ମଧ୍ୟ ସମାନ ଦାବି କରିଛନ୍ତି। ଏନ୍ସି (ନେସନାଲ କନଫରେନ୍ସ) ମୁଖ୍ୟ ମୁଖପାତ୍ର ତନଭିର ସାଦ୍ଦିକ ଦାବି କରିଛନ୍ତି ଯେ ତାଙ୍କୁ ମଧ୍ୟ ଗୃହବନ୍ଦୀ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp