ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ରାଜ୍ୟପାଳ ନିକଟରେ ବିଧାନସଭ ଭଙ୍ଗ କରିଦେଇଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ହୋଇଥିଲା। ତେବେ ସୁପ୍ରିମକୋର୍ଟ ଏହି ପିଆଇଏଲ୍କୁ ଖାରଜ କରିଦେଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିପାରିବେନି ବୋଲି ସ୍ପଷ୍ଟ ଭାବେ ଶୁଣାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୨୨ ତାରିଖରେ ପିଡିପି (ପିପୁଲ୍ସ ଡିମୋକ୍ରାଟିକ୍ ପାର୍ଟି), ଏନ୍ସି ଏବଂ କଂଗ୍ରେସ ସମର୍ଥନରେ ସରକାର ଗଢ଼ିବ ବୋଲି ଦାବି କରିବାର ମାତ୍ର କିଛି ଘଣ୍ଟାପରେ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ୍ ବିଧାନସଭା ଭଙ୍ଗ କରିଦେଇଥିଲେ। ଏହାକୁ ବିରୋଧ କରି ଆରଏସ୍ ପୁରା ନିର୍ବାଚନ ମଣ୍ଡଳୀର ଜଣେ ବିଜେପି ନେତା ଗଙ୍ଗନ ଭାଗତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ନିଜ ଆବେଦନରେ ବିଜେପି ନେତା ଦର୍ଶାଇଥିଲେ ଯେ ରାଜ୍ୟପାଳଙ୍କ ନିଷ୍ପତ୍ତି ମନମାନୀ ଏବଂ ବେଆଇନ। ତେଣୁ କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଖାରଜ କରନ୍ତୁ। କିନ୍ତୁ କୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିବେନି ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି।
ଜମ୍ମୁ କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗ:ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2018/12/assemblyJK.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)