ଜମ୍ମୁରେ ବିସ୍ଫୋରଣ ଯୋଜନା ପଣ୍ଡ

ଜମ୍ମୁ: ଜମ୍ମୁ ପୁଞ୍ଚ ଜାତୀୟ ରାଜପଥରେ ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଜନାକୁ ପଣ୍ଡ କରିଦେଇଛି ସେନା। ରାଜପଥରେ ଥିବା ସନ୍ଦିଗ୍ଧ ବିସ୍ଫୋରକ ପଦାର୍ଥକୁ ନିଷ୍କ୍ରିୟ କରିଦିଆଯାଇଥିବା ବେଳେ ଏହି ଘଟଣାକୁ ନେଇ ଜମ୍ମୁ ପୁଞ୍ଚ ଜାତୀୟ ରାଜପଥରେ ଗମନାଗମନ ଦେଢ଼ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଗୋଟିଏ ବୋତଲରେ କିଛି ତରଳ ପଦାର୍ଥ ଏବଂ ପଲିବ୍ୟାଗ୍‌ରେ କିଛି କଠିନ ପଦାର୍ଥ ଜାତୀୟ ରାଜପଥରେ ରଖାଯାଇଥିବା ଖବର ପାଇ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଂଚିଥିଲେ। ବିସ୍ଫୋରକକୁ ନିଷ୍କ୍ରିୟ କରିବା ପାଇଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳକୁ ବନ୍ଦ କରିଦିଆଯାଇଥିଲା। ଏହି ବିସ୍ଫୋରକ ପଦାର୍ଥକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ରଖିଥିବା କୁହାଯାଉଛି। ଉକ୍ତ ଅଂଚଳରେ, ମେ’ ୨୨ରେ ପୁଲିସ ଗୋଟିଏ ଆତଙ୍କବଦୀ ଆଡ୍ଡା ଠାବ କରିଥିଲା ଏବଂ ସେଠାରୁ ବିପୁଳ ମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରିଥିଲା।

ସମ୍ବନ୍ଧିତ ଖବର