ମା’ ଓ ଝିଅକୁ ଯୌନ ନିର୍ଯାତନା ଓ ବ୍ଲାକମେଲ ଅଭିଯୋଗରେ ଜମ୍ମୁ-କଶ୍ମୀର ବିଜେପି ନେତାଙ୍କ ସହଯୋଗୀ ଗିରଫ

ଅନନ୍ତନାଗ: ଯୌନ ଶୋଷଣ ସହ ବ୍ଲାକମେଲ କରୁଥିବା ଅଭିଯୋଗ ଆଧାରରେ ଜମ୍ମୁ-କଶ୍ମୀର ଅନନ୍ତନାଗର ସ୍ଥାନୀୟ ଅଦାଲତ କୋକେରନାଗ ପୁଲିସକୁ ବିଜେପି ନେତା ମହମ୍ମଦ ସିଦ୍ଦିିକ ଖାନ ଏବଂ ସହିଦ ଅହମ୍ମଦ ଭଟ୍ଟଙ୍କ ବିରୋଧରେ ମାମଲା ଆଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜନୈକା ମା-ଝିଅ ଯୋଡି ସେମାନଙ୍କୁ ଯୌନ ନିର୍ଯାାତନା ଦିଆଯିବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ନେଇ ମାଜିଷ୍ଟ୍ରେଟଙ୍କ ନିକଟକୁ ଆସିଥିଲେ। ଏବଂ ଏ ସଂପର୍କରେ ରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ତେବେ, ଅଭିଯୋଗକାରୀଙ୍କ ଦ୍ୱାରା ଆଗତ ଅଭିଯୋଗରେ ଅପରାଧର ପ୍ରକୃତି ଏବଂ ଗମ୍ଭୀରତାକୁ ଧ୍ୟାନ ଦେଇ ଅଦାଲତ କହିଛନ୍ତି ଯେ ଏ ଘଟଣା ସଂପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏହି ମାମଲାର ଉପଯୁକ୍ତ ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଓ ତଦନ୍ତ ଆବଶ୍ୟକ।

ଏହାପରେ ଅଦାଲତ ଆବେଦନର ଆଦେଶ ଏବଂ ନକଲ କୋକେରନାଗ ପୁଲିସ ଷ୍ଟେସନକୁ ପଠାଇବା ପରେ ଭାରତୀୟ ଦଣ୍ଡବିଧି ସଂହିତାର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି। ଅଭିଯୋଗକାରୀଙ୍କର ଆଶଙ୍କା ଅଛି ଯେ ଅଭିଯୁକ୍ତମାନେ ଅତ୍ୟଧିକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେମାନେ ଅଭିଯୋଗକାରୀଙ୍କ ସାକ୍ଷୀମାନଙ୍କୁ ସହିତ ବାଧା ଦେବା ସହ ଘଟଣାର ପ୍ରମାଣକୁ ନଷ୍ଟ କରିପାରନ୍ତି। ତେଣୁ, ଅଭିଯୋଗକାରୀ/ପୀଡିତାଙ୍କ ଆଇନ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଥିବାରୁ ଅଭିଯୁକ୍ତ /ଅପରାଧୀଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ନିନ୍ଦନୀୟ କାର୍ଯ୍ୟ ସମ୍ବନ୍ଧରେ ନ୍ୟାୟ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏବେ, ଏଫଆଇଆର ପଞ୍ଜୀକୃତ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସମ୍ବନ୍ଧିତ ଖବର