ଜମ୍ମୁ ଓ କଶ୍ମୀର: ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସିଆର୍ପିଏଫ୍ ଜଣେ ଯବାନ ସହିଦ ଓ ଜଣେ ପିଲା ମୃତ

ଶ୍ରୀନଗର: ଆଜି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଆ‌କ୍ରମଣ ଯୋଗୁଁ ଜଣେ ପିଲା ନିହତ ହେବା ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଜଣେ ଯବାନ ସହିଦ ହୋଇଛନ୍ତି।

ଅନନ୍ତନାଗ ଜିଲ୍ଲାର ବିଜବେହରା ଅଞ୍ଚଳରେ ଦିନ ୧୨: ୦୫ ମିନିଟ୍ ସମୟରେ ‘ସିଆର୍‌ଏଫ୍’ ପାର୍ଟି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ରାଜପଥ ସୁରକ୍ଷାରେ ନିୟୋଜିତ ‘ସିଆର୍‌ପିଏଫ୍’ କର୍ମଚାରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କଥା ‘ସିଆର୍‌ପିଏଫ୍’ ଏକ ବିବୃତିରେ କହିଛି। ‘ସିଆର୍‌ପିଏଫ୍’ ଯବାନମାନେ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ବାଇକ୍‌ ଆରୋହୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

Image Courtesy of India TV

ଆକ୍ରମଣ ଯୋଗୁଁ ଜଣେ ୧୨ ବର୍ଷିୟ ପିଲା ଏବଂ ଜଣେ ସିଆର୍‌ପିଏଫ୍ ଯବାନ ଗୁଳି ଚୋଟରେ ଆହତ ହୋଇଥିଲେ। ସେମାନଙ୍କୁ ବିଜବେହରାସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନେ ମୃତ ବୋଲି ସେଠାରେ ଘୋଷଣା କରାଯାଇଥିଲା।

ଅନ୍ୟ ଏକ ଘଟଣାରେ ପୁଲୱାମା ଜିଲ୍ଲାର ଅବନ୍ତୀପୋରା ଅନ୍ତର୍ଗତ ତ୍ରାଲ୍ ଅଞ୍ଚଳର ଚେୱା ଉଲାର୍ ଠାରେ ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ କରି ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ମଧ୍ୟ ସେଠାରେ ଏନ୍‌କାଉଣ୍ଟର୍ ଚାଲିଛି।

ସମ୍ବନ୍ଧିତ ଖବର