ନଭେମ୍ବର ୧୭ରୁ ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ୯ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୧୭ରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଶଲୀନ୍‌ କାବ୍ରା ରବିବାର ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ୩୫,୦୯୬ ପଞ୍ଚ ନିର୍ବାଚନ କ୍ଷେତ୍ରରେ ପ୍ରାୟ ୫୮ ଲକ୍ଷ ମତଦାତା ଭୋଟ୍‌ ଦେବେ। ତାଙ୍କ କହିବାନୁଯାୟୀ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଅକ୍ଟୋବର ୨୩ରେ ବିଜ୍ଞପ୍ତି ଜାରି କରାଯିବ। ନିର୍ବାଚନ ଅଧିକାରୀ ଦର୍ଶାଇଛନ୍ତି ଯେ ନଭେମ୍ବର ୧୭, ୨୦, ୨୪, ୨୭ ଓ ୨୯ ତାରିଖ ଏବଂ ଡିସେମ୍ବର ୧, ୪, ୮ ଓ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର