ନୂଆଦିଲ୍ଲୀ : ଅସ୍ତ୍ରଶସ୍ତ୍ର ଛାଡନ୍ତୁ, ମୋ ସାଙ୍ଗରେ ଆସି ମଧ୍ୟାହ୍ନ ଭୋଜନ କରନ୍ତୁ । ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏଭଳି ଆହ୍ଵାନକୁ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟପାଳ କହିଛନ୍ତି,ସେ ହୁରିୟତ ନେତାଙ୍କୁ ସମ୍ମାନ କରନ୍ତି କିନ୍ତୁ ସେମାନଙ୍କର ଚିନ୍ତାଧାରା ଓ ଉଦ୍ଦେଶ୍ୟ ଗ୍ରହଣୀୟ ନୁହେଁ । ଦିଲ୍ଲୀ ପକ୍ଷରୁ ଭୁଲ ହୋଇଛି ସତ, କିନ୍ତୁ ସ୍ଥାନୀୟ ନେତୃତ୍ୱ ମଧ୍ୟ ଅଧିକ ଦୋଷୀ ଯେଉଁମାନେ ଲୋକଙ୍କୁ ଭୁଲ ବାଟରେ ଯିବାକୁ ପ୍ରବର୍ତ୍ତାଉଛନ୍ତି ।
ଏହାପୂର୍ବରୁ ସତ୍ୟପାଲ ମଲ୍ଲିକ ଜମ୍ମୁ-କାଶ୍ମୀରର ସ୍ଥିତି ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଆଲୋଚନା କରିବା ସହ ଜମ୍ମୁ-କାଶ୍ମୀରର ସ୍ଥିତି ପୂର୍ବପେକ୍ଷା ବଦଳୁଥିବା ସେ ଜଣାଇଥିଲେ । ରାଜ୍ୟରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଓ ଆତଙ୍କବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଉଥିବା କହିଥିଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।
/sambad/media/post_attachments/wp-content/uploads/2019/06/satya-pal-malik-pti-300x169.jpg)
ରାଜ୍ୟପାଳଙ୍କ ଏଭଳି ଅପିଲ ପରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଥମିବାର ନାଁ ନେଉନାହିଁ । ପ୍ରତିଦିନ କେଉଁଠି ନା କେଉଁଠି ଆତଙ୍କୀ ହମଲାର ଖବର ସାମ୍ନାକୁ ଆସୁଛି । ଆଉ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଏହାର କଡ ଜବାବ ଦିଆଯାଉଛି ।