ଖରାପ ପାଗକୁ ଖାତିର ନ କରି ରୋଗଗ୍ରସ୍ତ ପିଲାକୁ ସାହାଯ୍ୟ କରିବା ପାଇଁ ପହଞ୍ଚିଲା ଏୟାରଫୋର୍ସ

ଶ୍ରୀନଗର : ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ଦେଖିବାକୁ ମିଳିଛି ମାନବିକତାର ଏକ ପ୍ରକୃଷ୍ଟ ଉଦାହରଣ । ଖରାପ ପାଗକୁ ଖାତିର ନ କରି ଜଣେ ୯ବର୍ଷର ପିଲାକୁ ହସ୍ପିଟାଲ ପହଞ୍ଚାଇଥିଲେ ଏୟାରଫୋର୍ସର ଦୁଇ ଜଣ ପାଇଲଟ ।

dainik bhaskar

ସୂଚନା ଅନୁଯାୟୀ, ଆପେଣ୍ଡିକ୍ସ ହୋଇଥିବା ଜଣେ ୯ବର୍ଷର ପିଲାର ପେଟରେ ହଠାତ୍‌ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ପରିବାର ଲୋକେ ବନ୍ଦିପୋରା ଡ଼ାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତୁରନ୍ତ ଶ୍ରୀନଗର ନେବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ପାଗ ଖରାପ ହେତୁ ଏହା ସମ୍ଭବ ହୋଇ ନଥିଲା । ଏଥିପାଇଁ ପିଲାଟିର ବାପା ପୁଲିସ ଏବଂ ଏୟାର ଫୋର୍ସକୁ ଏନେଇ ସାହାଯ୍ୟ ମାଗିଥିଲେ । ରାତିରେ ସଙ୍ଗେ ସଙ୍ଗେ ଏୟାରଫୋର୍ସ ଷ୍ଟେସନକୁ ଖବର ଦିଆଯିବା ପରେ ଖରାପ ପାଗକୁ ଖାତିର ନ କରି ଏକ ହେଲିକପ୍ଟର ଯୋଗେ ଦୁଇ ଜଣ ପାଇଲଟ ଆସି ବନ୍ଦିପୋରାରେ ପହଞ୍ଚିଥିଲେ । ଏହା ପରେ ପିଲାଟିକୁ ନେଇ ଡ଼ାକ୍ତରଖାନାରେ ଆଡ଼୍‍ମିଟ୍‌ କରାଯାଇଥିଲା । ଏୟାର ଫୋର୍ସର ଏଭଳି ସାହାସିକତା ପାଇଁ ପିଲାଟି ସୁସ୍ଥ ହୋଇ ପାରିଥିବାରୁ ପରିବାର ଲୋକେ ଅନେକ ଧନ୍ୟବାଦ ଜଣାଇଛନ୍ତି ।

dainik bhaskar
ସମ୍ବନ୍ଧିତ ଖବର