ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଚେଦହେବା ପରେ ଭାରତ ଅପେକ୍ଷା ପାକିସ୍ତାନରେ ଏହାର ଅଧିକ ବିରୋଧ ହେଉଛି । ପାକିସ୍ତାନ ଏହି ବିଷୟକୁ ନେଇ ଭାରତ ଉପରେ ଆନ୍ତରାଷ୍ଟ୍ରୀୟ ଚାପ ପକାଇବା ପାଇଁ ଚେଷ୍ଟା କରୁଛି । ପାକିସ୍ତାନର ବାରମ୍ବାର ଅନୁରୋଧ ପରେ ଜାତିସଂଘ ସୁରକ୍ଷା ପରିଷଦ ଶୁକ୍ରବାର ଏହା ଉପରେ ବନ୍ଦ କୋଠରିରେ ଚର୍ଚ୍ଚା କରିବାକୁ ନିଷ୍ପତ୍ତି ନେଇଛି । ଏହି ବଠକରେ ଭାରତ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଚେଦ କରିବା ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବନ୍ଦ କରିବା ନେଇ ଚର୍ଚ୍ଚା ହେବ । ସୂଚନା ଅନୁସାରେ ଜାତିସଂଘ ସୁରକ୍ଷା ପରିଷଦର ଅଧକ୍ଷ ଜୋନା ରିକୋନାକା ସାମ୍ବାଦିକଙ୍କୁ କହିଛନ୍ତି ଅଗଷ୍ଟ ୧୬ ତାରିଖ ଦିନ ବନ୍ଦ କୋଠରିରେ ଜମ୍ମୁ-କାଶ୍ମୀର ବିଷୟରେ ଆଲୋଚନା ହେବ ।
ଚୀନ ଓ ପାକିସ୍ତାନ ଲେଖିଥିଲେ ଚିଠି
ଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ପାକିସ୍ତାନର ବିଦେଶ ମନ୍ତ୍ରୀ ସାହା ମହମ୍ମଦ ଖୁରେସି, କାଶ୍ମୀର ବିଷୟରେ ଜାତିସଂଘ ସୁରକ୍ଷା ପରିଷଦ ର ଅଧକ୍ଷଙ୍କୁ ଚିଠି ଲେଖିଥିଲେ । ଅନ୍ୟପଟେ ପାକିସ୍ତାନର ମିତ୍ର ଚୀନ ଏହି କଥାକୁ ସମର୍ଥନ କରି ଜାତିସଂଘ ସୁରକ୍ଷା ପରିଷଦଙ୍କୁ ବଠକ ଡାକିବା ପାଇଁ ଦାବି ଜଣାଇଥିଲେ । ବଠକରେ ଚୀନ ଜମ୍ମୁ-କାଶ୍ମୀର ବିଷୟରେ ପାକିସ୍ତାନର ଅଭିଯୋଗ ଶୁଣିବା ପାଇଁ କହିଛି । ଏହା ସହ ପାକିସ୍ତାନର ବିଦେଶ ମନ୍ତ୍ରୀ କହିଛନ୍ତି ଭାରତ ଯଦି ଏପରି ଆକ୍ରାତ୍ମକ କାର୍ଯ୍ୟ କରିବା ବନ୍ଦ ନକରେ ତେବେ ଆମେ ବି ଚୁପ ବସିବୁ ନାହିଁ ।