ସର୍ଚ ଅପରେସନ୍‌ ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗ୍ରାମରେ ପୁଲିସ ଓ ସି ଆର୍‌ ପିଏମ୍‌ର ମିଳିତ ଅପରେସନ୍‌ରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାର ଖବର ମିଳିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ସୁରକ୍ଷାବଳ ପକ୍ଷରୁ ସେହି ଅଞ୍ଚଳକୁ ବନ୍ଦ କରାଯାଇ ସର୍ଚ ଅପରେସନ୍‌ ଜାରି ରହିଥିଲା।
ଏହି ସର୍ଚ ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ। ନିୟମ ଅନୁଯାୟୀ ସେମାନଙ୍କୁ ଆତ୍ମ ସମର୍ପଣ କରିବା ପାଇଁ ବି ସୁଯୋଗ ଦିଆ ଯାଇଥିଲା,କିନ୍ତୁ ସେଥିପ୍ରତି କର୍ଣ୍ଣପାତ ନ କରି ଆତଙ୍କବାଦୀମାନେ ଆଖିବୁଜା ଗୁଳି ବର୍ଷଣ କରିଥିଲେ।
ଶେଷରେ ସୁରକ୍ଷା ବଳ ସୈନିକମାନେ ଗୁଳି ଚଳାଇଥିଲେ। ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଗୁଳି ବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ମୃତ ଆତଙ୍କବାଦୀଙ୍କ ନାଆଁ ହେଲା ଜୀବନ ଭଲ-ଇସଲାମ୍‌ ଓ ସକିଲ ଅହମ୍ମଦ୍‌ ଦର୍‌ । ମିଳିଥିବା ସୂଚନା ଅନୁଯାୟୀ ଏବେ ବି ୩୦୦ ରୁ ଅଧିକ ଆତଙ୍କବାଦୀ କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର