ନୂଆଦିଲ୍ଲୀ: ଜୈସ-ଏ-ମହମ୍ମଦ ସହିତ ଜଡ଼ିତ ଓ ପାକିସ୍ତାନ ଆତଙ୍କବାଦୀଙ୍କ ସହିତ କାମ କରିଥିବା ଜଣେ ଆତଙ୍କବାଦୀକୁ ଦିଲ୍ଲୀ ବିମାନବନ୍ଦରରୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାମ ମୁନୀବ ଅହମଦ ସୋଫି। ତାର ଘର ଜମ୍ମୁ କଶ୍ମୀରର ବିଜବେହାଡାରେ ବୋଲି ଜଣାପଡ଼ିଛି।
ଜମ୍ମୁ-କଶ୍ମୀର ପୁଲିସ ସୂତ୍ରରୁ ପ୍ରକାଶ, ମୁନୀବ ଅହମଦ ସୋଫି ଜୈସ-ଏ-ମହମ୍ମଦ ସହିତ ଜଡ଼ିତ ଥିବା ବେଳେ ସେ ପାକିସ୍ତାନ ଆତଙ୍କବାଦୀ ୱାଲେଦ ଭାଇ ପାଇଁ କାମ କରୁଥିଲା। ଗତବର୍ଷ ଜୁଲାଇରେ ଆଇଇଡି ଏକ୍ସପର୍ଟ ଭାବେ କାମ କରୁଥିବା ୱାଲେଦକୁ କୁଲଗାମ ପୁଲିସ ନିପାତ କରିଥିଲା।
ମୁନୀବ ଅନେକ ଦିନ ହେବ ଫେରାର ଥିବା ବେଳେ ପୁଲିସ ତାକୁ ଧରିବା ପାଇଁ ଖୋଳତାଡ଼ ଚଳାଇଥିଲା। ମୁନୀବ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବା ସହିତ ଲୁକ ଆଉଟ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।
ମୁନୀବ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇ ଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଆକସ୍ମିକ ଭାବେ ଚଢ଼ାଉ କରି ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/xmunib-sofi-1612515777-jpg-pagespeed-ic-71yrlzl8mc-1612516277.jpg)