କୁପୱାରାରେ ୨ଆତଙ୍କବାଦୀଙ୍କୁ ନିପାତ କଲେ ସୁରକ୍ଷା ବାହିନୀ, ୨ଟି ଏକେ-୪୭ ଜବତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପୱାରାଠାରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଯବାନମାନେ ସେମାନଙ୍କଠାରୁ ଦୁଇଟି ଏକେ-୪୭, ଦୁଇଟି ପିସ୍ତଲ ଏବଂ ଚାରିଟି ଗ୍ରେନେଡ ଜବତ କରିଛନ୍ତି। ତେବେ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ବେଳେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି।

ସୂଚନା ମୁତାବକ, କୁପୱାରାରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର କୁପୱାରାର ମାଛିଲ ଅଞ୍ଚଳରେ ଥିବା ଏଲଓସି ଟେକରୀ ନରରେ କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯବାନମାନେ ସେମାନଙ୍କଠାରୁ ଦୁଇଟି ଏକେ-୪୭, ଦୁଇଟି ପିସ୍ତଲ ଏବଂ ଚାରିଟି ଗ୍ରେନେଡ ଜବତ କରିଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ ଏହି ସୂଚନା ଦେଇଛି।

ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ, ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ନିହତ ଆତଙ୍କବାଦୀମାନେ ଗଜୱତ-ଉଲ-ହିନ୍ଦ ସହିତ ଜଡିତ ଥିଲେ। ଜାମ୍ମୁ କାଶ୍ମୀର ପୁଲିସ କହିଛି ଯେ ସେପ୍ଟେମ୍ବର ୨ରେ ପଶ୍ଚିମବଙ୍ଗର ଜଣେ ଶ୍ରମିକଙ୍କୁ ଆକ୍ରମଣ କରିବାରେ ଏହି ଆତଙ୍କବାଦୀମାନେ ସମ୍ପୃକ୍ତ ଥିଲେ। ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରି କଶ୍ମୀରର ଏଡିଜିପି କହିଛନ୍ତି ଯେ ଜଣେ ଆତଙ୍କବାଦୀ ହେଉଛନ୍ତି ପୁଲୱାମାର ବାସିନ୍ଦା ଏଜାଜ ରସୁଲ ନଜର ଏବଂ ଅନ୍ୟଜଣେ ଅବୁ ହାମଜା।

ସମ୍ବନ୍ଧିତ ଖବର