ନୂଆଦିଲ୍ଲୀ: ସୀମା ଆରପଟରୁ ଆତଙ୍କବାଦୀ ଯୋଗାଉଥିବା ପାକିସ୍ତାନ ଆକାଶ ମାର୍ଗରେ ସୀମା ଉଲଂଘନ କରି ଭାରତ ଭିତରକୁ ହେଲିକପ୍ଟର ମାଧ୍ୟମରେ ପ୍ରବେଶ କରିଛି। ଜମ୍ମୁ କଶ୍ମୀରର ପୁଞ୍ଛ ସେକ୍ଟରରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ପାକିସ୍ତାନୀ ହେଲିକପ୍ଟର ଭାରତର ଆକାଶ ସୀମାରେ ରବିବାର ଅପରାହ୍ନରେ ଦେଖାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହେଲିକପ୍ଟର ଭିତରେ ‘ପିଓକେ’ର ପ୍ରଧାନମନ୍ତ୍ରୀ ଫାରୁକ ହାଇଦର ଯାତ୍ରୀ ଥିଲେ। ସୀମା ଉଲଂଘନ କରିବା ପରେ ଏହି ହେଲିକପ୍ଟର ଫେରିଯାଇ କହୁଟାରେ ଅବତରଣ କରିଥିଲା। ଏଲଓସି ନିକଟରେ ଅଚାନକ ପାହାଡିଆ ସ୍ଥାନରେ ଏକ ହେଲିକପ୍ଟର ଦେଖି ଭାରତୀୟ ସେନାର ଯବାନ ମାନେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସେନାର କାର୍ଯ୍ୟାନୁଷ୍ଠାନ ପରେ ହେଲିକପ୍ଟର ଅଳ୍ପ ସମୟ ମଧ୍ୟରେ ଫେରି ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
#WATCH A Pakistani helicopter violated Indian airspace in Poonch sector of #JammuAndKashmir pic.twitter.com/O4QHxCf7CR
— ANI (@ANI) September 30, 2018
ପ୍ରତିରକ୍ଷା ମନ୍ତ୍ରାଳୟର ଲୋକସଂପର୍କ ଅଧିକାରୀ ଘଟଣା ସଂପର୍କରେ କହିଛନ୍ତି, ଜମ୍ମୁ କଶ୍ମୀରର ପୁଞ୍ଛ ସେକ୍ଟରରେ ପାକିସ୍ତାନ ଭାରତୀୟ ଆକାଶ ସୀମା ଉଲଂଘନ କରିଛି। ସେ କହିଛନ୍ତି ଏକ ପାକିସ୍ତାନୀ ହେଲିକପ୍ଟର ରବିବାର ଅପରାହ୍ନ ୧୨ଟାରେ ଭାରତୀୟ ଆକାଶ ସୀମା ଅତିକ୍ରମ କରି ପ୍ରବେଶ କରିଥିଲା।
ଉପରୋକ୍ତ ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପାକିସ୍ତାନ କ୍ରମାଗତ ଭାବରେ ଅସ୍ତ୍ରବିରତି ଉଲଂଘନ କରୁଛି ଓ ଆମର ଯବାନମାନେ ମଧ୍ୟ ଏହାର ଯବାବ ଦେଉଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ ହେବ।