ଜମ୍ମୁ କଶ୍ମୀର ସେନା ନିଯୁକ୍ତି ‌ଅଭିଯାନରେ ଯୋଗ ଦେଲେ ଶତାଧିକ ଯୁବକ

ଶ୍ରୀନଗର: ସେନା ନିଯୁକ୍ତି ଅଭିଯାନରେ ଯୋଗ ଦେଇଛନ୍ତି ଶତାଧିକ ଜମ୍ମୁ କଶ୍ମୀର ଯୁବକ। ‘ଭାରତ ମାତା କି ଜୟ ’ ସ୍ଲୋଗାନ୍‌ ସହ ଆଜି ଶତାଧିକ ଯୁବକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ସେନା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ପ୍ରାୟ ୨୯,୦୦୦ ପ୍ରାର୍ଥୀ ସେନା ନିଯୁକ୍ତି ଅଭିଯାନ ପାଇଁ ନାମ ପଂଜୀକରଣ କରିଛନ୍ତି। ନିଯୁକ୍ତି ଅଭିଯାନରେ ଭାଗ ନେଇଥିବା ଅନେକ ସଂଖ୍ୟାରେ ଯୁବକ ଦେଶ ସେବାପାଇଁ ସେମାନଙ୍କ ଆଗ୍ରହ ପ୍ରକାଶ କରିଛନ୍ତି। ଜଣେ ପ୍ରାର୍ଥୀ କହିଛନ୍ତି ଜମ୍ମୁ କଶ୍ମୀର ଲୋକମାନେ ମଧ୍ୟ ଅନ୍ୟମାନଙ୍କ ଠାରୁ କିଛି କମ୍‌ ନୁହନ୍ତି। ସେନା ହେଉଛି ସବୁଠାରୁ ଶ୍ରେଷ୍ଠ ଚାକିରି। ଅନ୍ୟ ଜଣେ ପ୍ରାର୍ଥୀ କହିଛନ୍ତି, ବାପା ମା’ଙ୍କୁ ଯେମିତି ଆମେ ସୁରକ୍ଷା ଦେଉଛୁ ଠିକ୍‌ ସେମିତି ଦେଶକୁ ମଧ୍ୟ ସୁରକ୍ଷା ଦେବାକୁ ଚାହୁ। ମୋଟ୍‌ ଉପରେ ଦେଶ ସେବାରେ ଜମ୍ମୁ କଶ୍ମୀର ଯୁବକଙ୍କୁ ସାମିଲ କରାଇବାପାଇଁ ଏହା ସବୁଠୁ ବଡ଼ ସୁଯୋଗ ବୋଲି କୁହାଯାଉଛି। ସେନାର ନିଯୁକ୍ତି ଅଭିଯାନ ପାଇଁ ଚଳିତବର୍ଷ ୨ଟି ରୢାଲି ହୋଇଛି। ଆଗକୁ ସାମ୍ବାରେ ଆଉ ଏକ ରୢାଲି ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର