ତିନି ଘଣ୍ଟା ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଚଳାଇଥିଲା ଗୁଳି, ସ୍କୁଲରେ ବନ୍ଦ ରହିଥିଲେ ଶହ ଶହ ଛାତ୍ରଛାତ୍ରୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗତ କିଛିଦିନ ହେବ ବାରମ୍ବାର ଅସ୍ତ୍ରବିରତି ଉଲଂଘନ୍ନ କରି ଚାଲିଛି। ଗୁରୁବାର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପୁଣିଥିରେ ଅସ୍ତ୍ରବିରତି ଉଲଂଘନ୍ନ କରିଛି। ପୁଞ୍ଚ ଜିଲ୍ଲାର ମେଣ୍ଡର ସେକ୍ଟରରେ ପାକିସ୍ତାନ ଗୁଳି ବର୍ଷଣ କରିଛି।

ଗୁଳିବିନିମୟ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ସ୍କୁଲରେ ଅନେକ ଛାତ୍ରଛାତ୍ରୀ ଫସି ରହିଛନ୍ତି। ତିନିଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଗୁଳିଚାଳନାରେ ସୀମା ସହିତ ଲାଗି ରହିଥିବା ଗ୍ରାମଗୁଡ଼ିକରେ ବସବାସ କରୁଥିବା ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ସମୟରେ ଏକ ମଡେଲ ସ୍କୁଲର ପିଲାମାନେ ଅନେକ ସମୟ ପର୍ଯ୍ୟନ୍ତ ସ୍କୁଲର ଏକ କୋଠରୀରେ ବନ୍ଦ ରହିଥିଲେ। ଗୁଳିବିନିମୟ କମିବା ପରେ ସ୍କୁଲରୁ ଛାତ୍ରଛାତ୍ରୀଙ୍କୁ ଛୁଟି କରାଯାଇଥିଲା।

ପାକିସ୍ତାନ ପକ୍ଷରୁ କରାଯାଇଥିବା ଏହି ଗୁଳିଚାଳନାର ଭାରତ କଡ଼ ଜବାବ ଦେଇଛି। ପାକିସ୍ତାନ ଦବ୍ରାଜ ଗ୍ରାମକୁ ଲକ୍ଷ୍ୟ କରି ଗୁଳିବିନିମୟ ଆରମ୍ଭ କରିଥିଲା। ଯେବେ ଠାରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରାଯାଇଛି, ପାକିସ୍ତାନ ବାରମ୍ବାର ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରୁଛି।

ସମ୍ବନ୍ଧିତ ଖବର