ସୀମାନ୍ତରେ ପାକିସ୍ତାନର ପୁଣି ଅସ୍ତ୍ର ବିରତି ଉଲଂଘନ

ପୁଞ୍ଚ: ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍‌ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଉଲଂଘନ କରାଯାଇଛି। ନୂଆବର୍ଷ ଆରମ୍ଭରୁ ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲଂଘନ ଚଳାଇଛି। ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନକୁ ଭାରତୀୟ ସେନା ବିରୋଧ କରୁଚଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କୌଣସି ନିଘା ଦେଉନାହିଁ । ଆଜି ସକାଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତର ଛାମୁଆ ପୋଷ୍ଟ ସହିତ ବେସାମରିକ ଅଞ୍ଚଳରେ ଯୋରଦାର ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି। ସେହିପରି ଗୁଲପୁର ସେକ୍ଟରରେ ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଳଂଘନ କରାଯାଇ ସେଠାରେ ପ୍ରବଳ ଗୁଳିଗୋଳା ମାଡ଼ କରାଯାଇଛି। ପାକିସ୍ତାନ ସେନାର ଏହି ଅସ୍ତ୍ରବିରତି ଉଲଂଘନର କଡ଼ା ଜବାବ ଦେଉଛନ୍ତି ି ଭାରତୀୟ ସେନା।
ସୂଚନାଯୋଗ୍ୟ ଯେ ଗତ ନୂଆବର୍ଷ ଦିନ ପାକିସ୍ତାନ ସେନା ପୁଞ୍ଚ ର କର୍ମରା ଅଞ୍ଚଳରେ ଥିବା ଭାରତୀୟ ଆଡ୍‌ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲା। ପୁଣି ୨ ତାରିଖ ଦିନ ଦ୍ୱିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ ଉଲଂଘନ କରାଯାଇଥିଲା। ଯଦିଓ ପାକିିସ୍ତାନରଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ହୋଇ ନ ଥିଲେ ତଥାପି ଭାରତୀୟ ସେନା ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା।
ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲେ। ଏତଦ୍‌ବ୍ୟତୀତ ଡିସେମ୍ବର ୨୧ ତାରିଖରେ ପାକିସ୍ତନୀ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏତଦ୍‌୍‌ବ୍ୟତୀତ ପାକିସ୍ତାନର ବର୍ଡ଼ର ଆକ୍ସନ ଟିମ୍‌୍‌( ବିଏଟି)ର କଭର ଫାୟାରିଂର ସହାୟତା ନେଇ କେତେକ ଆତଙ୍କବାଦୀ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ସେନା ଗୁଳିରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରଠାରୁ ଏଲଓସି ଅଶାନ୍ତ ହୋଇ ପଡ଼ିଥିବା ବେଳେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରାଯାଉଛି।
ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରାଯାଇ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡ଼ାଜବାବ ଦେଇଥିଲା।

ସମ୍ବନ୍ଧିତ ଖବର