ସୁରକ୍ଷାବଳଙ୍କ ବଡ଼ ସଫଳତା, ନିହତ ହେଲେ ତିନ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାବଳଙ୍କୁ ଏକ ବଡ଼ ସଫଳତା ମିଳିଛି। ଗତ ମଙ୍ଗଳବାର ରାତିରେ ସୁରକ୍ଷାବଳଙ୍କ ଗୁଳିରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଆତଙ୍କବାଦୀଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସହିତ ଗୋଳାବାରୁଦ ଜବତ ହୋଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସ, ସିଆରପିଏଫ୍‌ ଓ ସେନାର ଟିମ୍‌ ତ୍ରାଲରେ ଆତଙ୍କବାଦୀ ଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲେ। ଏହାପରେ ଜମ୍ମୁ ଓ କଶ୍ମୀର ପୁଲିସ, ସିଆରପିଏଫ୍‌ ଓ ସେନାର ଟିମ୍‌ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳକୁ ଘେରାଉ କରିବା ପରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାବଳଙ୍କ ଗୁଳିର ସାମ୍ନା କରି ନ ପାରି ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଟକି ପଡ଼ିଥିଲେ।

Jammu & Kashmir: त्राल में सुरक्षाबलों की बड़ी कामयाबी, मुठभेड़ में मारे गए तीन आतंकी

ଉଲ୍ଲେଖଯୋଗ୍ୟ କି, ଫେବ୍ରୁଆରି ୫ରେ ଶ୍ରୀନଗର ଲାଓ୍ଵପୋରାରେ ଏକ ଏନ୍‌କାଉଣ୍ଟର ହୋଇଥିଲା, ଯେଉଁଥିରେ ଦୁଇଜଣ ଆତଙ୍କବାଦୀ ନିହତ ହେବା ସହିତ ଜଣେ ଆତଙ୍କବାଦୀକୁ ଗୁରୁତର ଅବସ୍ଥାରେ ସୁରକ୍ଷାବଳ ଧରିଥିଲେ। ପରେ ଗୁରୁତର ଆତଙ୍କବାଦୀର ମୃତ୍ୟୁ ହୋଇଯାଇଥିଲା। ଏହି ଏନ୍‌କାଉଣ୍ଟରେ ସିଆରପିଏଫ୍‌ର ଜଣେ ଯବାନ ସହିଦ ବି ହୋଇଥିଲେ। ସେ ବିହାରର ଆରା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର