କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଜମ୍ମୁ-କଶ୍ମୀରରେ ଏବେ କେହି ବି କିଣି ପାରିବେ ଜମି

ନୂଆଦିଲ୍ଲୀ: ଦେଶର କୌଣସି ବି ଲୋକ ଏବେ ଜମ୍ମୁ-କଶ୍ମୀରରେ ଜମି କିଣି ପାରିବ । ସେଠାରେ ଘର ଦ୍ୱାର କରି ବି ରହି ପାରିବ । ଗୃହ ମନ୍ତ୍ରାଳୟ ଦ୍ୱାରା ଏନେଇ ମଙ୍ଗଳବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ହେଲେ ବର୍ତ୍ତମାନ ଚାଷ ଜମି ଉପରେ ଏହି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ଗୃହମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି । ଜମ୍ମୁ- କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି କି, ଏହି ନିଷ୍ପତ୍ତି କଶ୍ମୀର ବାସୀଙ୍କ ପାଇଁ ଲାଭ ଦାୟକ ହେବ । ଏହା ଫଳରେ ବାହାରୁ ଆସୁଥିବା ଶିଳ୍ପପତିମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାର ସୁଯୋଗ ପାଇବେ । ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଯୁବକମାନଙ୍କୁ ରୋଜଗାର ମିଳିବା ସହ କଶ୍ମୀର ଅର୍ଥନୀତିର ବିକାଶ ହୋଇପାରିବ । ହେଲେ ଚାଷଜମି କେବଳ ରାଜ୍ୟର ଲୋକମାନଙ୍କ ମଧ୍ୟରେ କିଣାବିକା ହୋଇପାରିବ ।

ସୂଚନା ମୁତାବକ, ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଜମି କିଣା ବିକା କେବଳ ସେଠିକାର ବାସିନ୍ଦାମାନଙ୍କ ମଧ୍ୟରେ ହୋଇପାରୁଥିଲା । ଏହି ନିର୍ଦ୍ଦେଶନାମା ପରେ ବାହାର ରାଜ୍ୟର ଲୋକ ସେଠି ଜମି କିଣି ରହିବା ସହିତ ବାଣିଜ୍ୟ କରିବାର ସୁଯୋଗ ପାଇବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଜମ୍ମୁ-କଶ୍ମୀରର ପୁନଃଗଠନ ଅଧିନିୟମ ସହଯୋଗରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ କୌଣସି ବି ଭାରତୀୟ ଏଠାରେ କାରଖାନା, ଘର ବା ଦୋକାନ ପାଇଁ ଜମି କିଣିପାରିବେ । ଏଥିପାଇଁ ସ୍ଥାନୀୟ ବାସିନ୍ଦା ବୋଲି କୌଣସି ପ୍ରମାଣ ଦେବାକୁ ପଡିବ ନାହିଁ ।

Status of Essential services & commodities in Jammu Kashmir on 11 September 2019 | जम्मू-कश्मीर के ताजा हालात: लैंडलाइन, स्कूल, बैंक और अस्पताल पूरे राज्य में चालू | Hindi News, प्रदेश
Zee News

କେନ୍ଦ୍ର ଏନଡିଏ ସରକାର ଗତବର୍ଷ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହା ପରେ ୩୧ ଅକ୍ଟୋବର ୨୦୧୯ରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ମିଳିଥିଲା । କେନ୍ଦ୍ରଶାସିତ ରାଜ୍ୟ ମାନ୍ୟତା ପାଇବାର ଗୋଟିଏ ବର୍ଷ ପରେ ପୂର୍ବ ଆଇନକୁ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧିତ ଖବର